ଦେଶ ବିଦେଶ

NEET ଆନ୍ଦୋଳନରେ ବଳ ପ୍ରୟୋଗ ମାମଲା: ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସର ବଡ଼ ସଫେଇ

NEET ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ଅଭିଯୋଗ ଉଠିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସ ନିଜ ପକ୍ଷ ରଖିଛି। ପୋଲିସ ଦାବି କରିଛି ଯେ, ପ୍ରତିବାଦକାରୀଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ କରାଯାଇନଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକତା ଅନୁସାରେ ଓ ପର୍ଯ୍ୟାୟକ୍ରମେ ବଳ ବ୍ୟବହାର କରାଯାଇଥିଲା ବୋଲି ଆଫିଡେଭିଟ୍‌ରେ କୁହାଯାଇଛି।

Why is Jantar Mantar in Delhi facing scrutiny? | Explained - The Hindu

ପୋଲିସର ଆଫିଡେଭିଟ୍‌ ଅନୁସାରେ, ଜନ୍ତର ମନ୍ତର ଅଞ୍ଚଳରେ ହୋଇଥିବା ପ୍ରତିବାଦରେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ। ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୫ ହଜାର ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲେ। ପ୍ରତିବାଦ ଆରମ୍ଭରେ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ପରେ କିଛି ପ୍ରତିବାଦକାରୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

CJP Protest Live: Delhi Police Praises Peaceful Jantar Mantar Demonstration | Mathrubhumi English

ପରିସ୍ଥିତି ଅଣାୟତ୍ତ ନହେବା ପାଇଁ ପୋଲିସ ପ୍ରଥମେ ବୁଝାଇବା ଓ ଭିଡ଼କୁ ନିୟନ୍ତ୍ରଣ କରିବାର  ପ୍ରୟାସ କରିଥିଲା। ଏହା ପରେ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ନଆସିବାରୁ ପରିସ୍ଥିତି ଅନୁଯାୟୀ ଗ୍ରେଡେଡ୍ ଫୋର୍ସ, ଅର୍ଥାତ୍ ପର୍ଯ୍ୟାୟକ୍ରମେ ବଳ ପ୍ରୟୋଗ କରାଯାଇଥିଲା ବୋଲି ପୋଲିସ କହିଛି।

Delhi's Jantar Mantar Trembles As Protesting Students Clash With Police Overnight | Gujarat Samachar

ଏହା ସହିତ ପ୍ରତିବାଦ ସମୟରେ ସାଦା ପୋଷାକରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବା ନେଇ ଉଠିଥିବା ପ୍ରଶ୍ନର ମଧ୍ୟ ଜବାବ ଦେଇଛି ଦିଲ୍ଲୀ ପୋଲିସ। ପୋଲିସ କହିଛି ଯେ, ସାଦା ପୋଷାକରେ ଥିବା କର୍ମଚାରୀମାନେ ଭିଡ଼ ଉପରେ ନଜର ରଖିବା ଏବଂ ଘଟଣାସ୍ଥଳର ସ୍ଥିତି ସମ୍ପର୍କରେ ତଥ୍ୟ ଦେବା ପାଇଁ ମୁତୟନ ହୋଇଥିଲେ।

ପୋଲିସ ନିଜ ଆଫିଡେଭିଟ୍‌ରେ ଆହୁରି କହିଛି ଯେ, ବଡ଼ ଭିଡ଼ ଓ ବ୍ୟାରିକେଡ୍ ଭାଙ୍ଗିବା ଭଳି ପରିସ୍ଥିତି ମଧ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସର ଦାୟିତ୍ୱ ଥିଲା। ତେଣୁ ଯେତିକି ବଳ ପ୍ରୟୋଗ ହୋଇଥିଲା, ତାହା ପରିସ୍ଥିତି ଅନୁପାତରେ ଥିଲା ବୋଲି ପୋଲିସ ଦାବି କରିଛି।

Related posts

ଅପରେସନ ସିନ୍ଦୂର ସମ୍ପର୍କରେ ସବୁକିଛି ସ୍ୱୀକାର କରିଛନ୍ତି ପାକିସ୍ତାନ ଆସିଫ ଅଲି ଜରଦାରୀ

mahabharatanews

ଫୁଟିଗଲା ଅଫୁଟା ବୋମା, ଚାଲିଗଲା ୧୪ ଜଣ ଯବାନଙ୍କ ଜୀବନ…

mahabharatanews

୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼

mahabharatanews