ଓଡିଶା

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅବଧି ଆଗାମୀ ୫ ବର୍ଷ ପାଇଁ ବୃଦ୍ଧି

ଦୁର୍ଗମ ଓ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳକୁ ଯୋଡ଼ିବ ପକ୍କା ରାସ୍ତା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି ୨୦୩୦-୩୧ ଯାଏଁ ବୃଦ୍ଧି । ପକ୍କା ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହେଲା ୧୭୦୦ କୋଟି ଟଙ୍କା। ରାଜ୍ୟର ସୁଦୂର, ଦୁର୍ଗମ ପାହାଡ଼ିଆ ଓ ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ଅଞ୍ଚଳରେ ଥିବା ଅସଂଯୋଜିତ ଗ୍ରାମଗୁଡ଼ିକୁ ସର୍ବର୍ତ୍ତୁକାଳୀନ (ସବୁ ଦିନିଆ) ପକ୍କା ରାସ୍ତା ସଂଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ (MMSY-CUVDA)’ ର ଅବଧିକୁ ୨୦୨୨-୨୩ ରୁ ୨୦୩୦-୩୧ (ଆଗାମୀ ୫ ବର୍ଷ ପାଇଁ) ବୃଦ୍ଧି କରାଯିବା ସହ ଏଥିପାଇଁ ମୋଟ ୧୭୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାୟ ୧୫୦ କିଲୋମିଟର ରାସ୍ତା ଓ ନୂତନ ପୋଲ ନିର୍ମାଣ ଲକ୍ଷ୍ୟ ରହିଛି । ପ୍ରତ୍ୟେକ ନିର୍ମାଣ ପ୍ରକଳ୍ପ ପାଇଁ ୫ ବର୍ଷର ୱାରେଣ୍ଟି/ଦୋଷ ପ୍ରତିକାର ଅବଧି (Defect Liability Period) ରହିବ। ଏହି ସମୟ ମଧ୍ୟରେ ରାସ୍ତାରେ କୌଣସି ତ୍ରୁଟି ଦେଖାଦେଲେ ଠିକାଦାର ନିଜ ଖର୍ଚ୍ଚରେ ତାହାର ମରାମତି କରିବେ।

Related posts

ପୁଲିସ ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ

mahabharatanews

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

mahabharatanews

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

mahabharatanews