ଓଡିଶାରାଜନୀତି

ବିଧାୟକ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ୍ ର ୨୨ଗୋଟି ପଞ୍ଚାୟତ କୁ ନେଇ ଏକ ବିଶେଷ ବନ୍ଧୁମିଳନ କାର୍ଯ୍ୟକ୍ରମ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ବରେ ରବିବାର ଦିନ ବିଧାୟକଙ୍କ ଫାର୍ମ ହାଉସ୍ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ହିଞ୍ଜିଳି ବ୍ଲକ ର ପୂର୍ବତ୍ତନ କଂଗ୍ରେସ ସଭାପତି ଶିବରାମ ପ୍ରଧାନ।ଏହି କାର୍ଯ୍ଯକ୍ରମ ହେବା ପଛରେ ଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ଯେଉଁଠାରେ ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ମିଳି ମିଶି ଆପସରେ ସମ୍ପୃକ୍ତି ଓ ସହଯୋଗର ସନ୍ଦେଶ ପ୍ରସାର କରିବା।ଏହି ମିଳନ ଅବସରରେ,ଗାଁ ଓ ଜିଲ୍ଲାର ପ୍ରଗତି ନିମିତ୍ତ ଏକତ୍ରିତ ହୋଇ କାମ କରିବା ପ୍ରତିଶ୍ରୁତି ଦିଆଯାଇଥିଲା।

ବନ୍ଧୁମିଳନର ଆତ୍ମାରେ ଥିଲା ସେଇ ସମ୍ମାନ ଓ ବିଶ୍ୱାସ,ଯାହା ହେଉଛି ଏକ ଶକ୍ତିଶାଳୀ ଓ ସୁନିଶ୍ଚିତ ଭବିଷ୍ୟତ ନିର୍ମାଣର ଆଧାର।ବିଧାୟକ ରମେଶ ଜେନାଙ୍କ ଏହି ଫାର୍ମ ହାଉସ୍ ଠାରେ ଘଟିଥିବା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଲୋକମାନଙ୍କ ମଧ୍ୟରେ ସମ୍ମାନ,ଭରସା ଓ ସାମୂହିକ ଉନ୍ନତି ପାଇଁ ଏକ ପ୍ରେରଣା ହିସାବରେ ଦୃଶ୍ୟମାନ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଲକ୍ଷ୍ୟ ରଖାଯାଇଥିଲା।ଏହା ସମସ୍ତ କର୍ମି ମାନଙ୍କୁ ଶିଖାଏ ଯେ,ଯେତେବେଳେ ଲୋକେ ଏକତ୍ର ହୁଏ, ସେତେବେଳେ ଅସମ୍ଭବକୁ ସମ୍ଭବ କରାଯାଇପାରେ। ସମ୍ପୃକ୍ତି ଓ ସହଯୋଗର ଏହି ମୂଲ୍ୟବାନ ଦିନ ଆଗକୁ ଗାଁ ଓ ଜନତାର ଉନ୍ନତିର ପଥ ପ୍ରଦର୍ଶନ ନିଶ୍ଚୟ କରିବ ବୋଲି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ଆଲୋଚନା କରିଥିଲେ।

Related posts

୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 

mahabharatanews

କରୋନା ଆକ୍ରାନ୍ତ ହୋଇ ବି କରୋନା ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର

mahabharatanews

କରୋନା ପ୍ରଭାବରେ ଭିତର କନିକା ବନ୍ଦ

mahabharatanews