ଅପରାଧ

ପୁଣି ଅଶାନ୍ତ ହେଲା ଗଞ୍ଜାମ ; ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ । ଗ୍ରାମର ୩୦ ବର୍ଷୀୟ ଜୟସେନ ପ୍ରଧାନଙ୍କୁ ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଉପରକୁ ଅତର୍କିତ ଭାବେ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା । ଗୁଳିରେ ଜୟସେନଙ୍କ ପେଟରେ ଗୋଟିଏ  ଓ ପିଠିରେ ଗୋଟି ଗୁଳି ବାଜିଥିବା । ଗୁରୁତର ଜୟସେନଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର MKCG ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି l  ପୂର୍ବ ଶତ୍ରୁତାକୁ ଏନେଇ ଏଭଳି କାଣ୍ଡ ହୋଇଥିବା ପୋଲିସକୁ ପରିବାର ଲୋକେ କହିଛନ୍ତି । ସୂଚନା ମୁତାବକ ଗୁଳି ମାରିଥିବା ଲୋକ ହେଉଛି ଉକ୍ତ ଗ୍ରାମର ଭଗବାନ ଗୌଡ଼ । ବିଗତ ଦିନରେ ଭଗବାନ ଗୌଡ଼ର ଅଟୋ ରେ ନିଆଁ ଲଗାଇଥିବା ନେଇ ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠନ ହୋଇନଥିଲା  ଯାହାଫଳରେ ଭଗବାନ ଜୟସେନ ପ୍ରଧାନ ଉପରେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ । ତେବେ କିଛିଦିନ ହେବ ଜୟସେନ୍ କେରଳରୁ ନିଜ ଗ୍ରାମ ସରାବାଡି ଗ୍ରାମକୁ ଆସିଥିଲା । ଏହାର ସୁଯୋଗ ନେଇ ଭଗବାନ ନିଜ ସହଯୋଗୀ ଙ୍କ ସହ ଯୋଜନାବଦ୍ଧ ଭାବେ ଯୋଡ଼ାବନ୍ଧ ଛକ ଠାରେ ଗୁଳି ଫୁଟାଇ ଥିଲେ । ବର୍ତମାନ ସୁଦ୍ଧା ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Related posts

ହରିଣ ମାଂସ ଜବତ, ୧ ଗିରଫ

mahabharatanews

କଦଳୀ ବୋଝେଇ ପିକଅପ ଭ୍ୟାନରୁ ଗଞ୍ଜେଇ ଜବତ

mahabharatanews

କ୍ରାଇମ ବ୍ରାଞ୍ଚ ଏଡିଜି କହିଲେ ସନ୍ଦିଗ୍ଧଙ୍କର ହେବ ଲାଇ ଡିଟେକ୍ସନ

mahabharatanews