ଅପରାଧ

କଦଳୀ ବୋଝେଇ ପିକଅପ ଭ୍ୟାନରୁ ଗଞ୍ଜେଇ ଜବତ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ଅଧିନସ୍ଥ କୁଡୁମୁଲୁଗୁମ୍ମା ଫାଣ୍ଡି ପାଖ ରାସ୍ତାରେ ଏକ ପିକ୍ଅପ୍ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୁଡୁମୁଲୁଗୁମ୍ମା ଫାଣ୍ଡି ରାସ୍ତାରେ ଏକ କଦଳୀ ବୋଝେଇ ପିକ୍ଅପ୍ ଭ୍ୟାନ ଯାଉଥିବା ବେଳେ ସନ୍ଦେହ ହେବାରୁ ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ଗୁମ୍ମା ଫାଣ୍ଡିର ଏକ ଟିମ୍ ସହ ଉକ୍ତ ପିକ୍ଅପ୍ ଭ୍ୟାନର ପିଛା କରିଥିଲେ । ନନ୍ଦିନୀଗୁଡା ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡିର ଉପରଭାଗରେ କଦଳୀ କାନ୍ଧି ବୋଝେଇ ହୋଇଥିବା ବେଳେ ମଝିରେ ଗୁଡାଏ ପ୍ୟାକେଟ୍ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପୋଲିସ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ପାଖାପାଖି ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚିତ୍ରକୋଣ୍ଡା ଘାଟିରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି । ପ୍ରକାଶ ଥାଉକି, ତିନି ଦିନ ତଳେ ମାଥିଲି ଥାନା ଅନ୍ତର୍ଗତ ଚାଉଳ ମେନ୍ଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଭୟାବହ ଲଢେଇ ହୋଇଥିଲା । ଏଥିରେ ବନବାସୀ ମହାରଣା ନାମକ ବାଲିମେଳା ଥାନାରେ କାର୍ୟ୍ୟରତ ଜଣେ ହୋମ୍ ଗାର୍ଡ ଶହିଦ ହୋଇଥିଲେ।

Related posts

୧୯୯୯ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ପୁଲିସ ହାତରେ

mahabharatanews

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

mahabharatanews

ଶିଶୁ ବାଟିକା ଚାକିରି ନାଁରେ ମହା-ଜାଲିଆତି,ବୁଲୁଛି ଅର୍ଥ ବିଭାଗର ‘ଫେକ୍’ ଚିଠି

mahabharatanews