ବାରିପଦା ଟାଉନଥାନା ଅନ୍ତର୍ଗତ ଚିପଟନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ଟିମ୍ ।ନଦୀରୁ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଅଗ୍ନିଶମ ବିଭାଗ ।ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।ଅନ୍ୟପଟେ ମୃତ ବ୍ୟକ୍ତି ଙ୍କ ବୟସ ପାଖାପାଖି ୪୫ ବର୍ଷ ହେବାର ଅନୁମାନ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି ।
next post
