ଓଡିଶା

ଅଧ୍ୟାପକଙ୍କୁ ଛାଡିବା ଦାବିରେ ଛାତ୍ରଛାତ୍ରୀଙ୍କ ଥାନା ଘେରାଉ

(ମହାଭାରତ, ରାଇରଙ୍ଗପୁର): ରାଇରଙ୍ଗପୁର ସହରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ଜନୈକ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି । ତେବେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଥାନା ଘେରାଉ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ରାଇରଙ୍ଗପୁର ମହିଳା କଲେଜର ଜଣେ ଛାତ୍ରୀଙ୍କୁ ସେହି କଲେଜର ଜଣେ ଚୁକ୍ତି ଭିତ୍ତିକ କମ୍ପ୍ୟୁଟର ଅଧ୍ୟାପକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଥିଲା । ଏହାକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ଅଧ୍ୟାପକଙ୍କୁ ଛାଡିବା ଦାବିରେ ରାଇରଙ୍ଗପୁର ଥାନା ଘେରାଉ କରିଥିଲେ । ଏହାସହ ୨୨୦ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଯାନବାହନ ବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

Related posts

କେମିକାଲ ମିଶ୍ରଣ ବେଳେ ଗୋଳାବାରୁଦ କରାଖାନାରେ ବିସ୍ଫୋରଣ ,୨ଗୁରୁତର

mahabharatanews

ବିଧାନସଭାରେ ଉଠିଲା ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ପ୍ରସଙ୍ଗ

mahabharatanews

ନନ୍ଦାହାଣ୍ଡିରେ ଭାଲୁ ଆତଙ୍କ

mahabharatanews

Leave a Comment