ଚୋରି କରି ମୁହଁ ଫୁଟାଣି । ବିନା ଟିକେଟ୍ରେ ଟ୍ରେନରେ ଯାତ୍ରା କରୁଥିଲେ, ଟିଟିଇ ଧରିବାରୁ ଚିରିଦେଲେ ଡ୍ରେସ । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶରରେ । ମହିଳା ଜଣଙ୍କ ବିହାରର ଦାନାପୁରରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ବିନା ଟିକେଟରେ ଯାତ୍ରା କରୁଥିଲେ। ହେଲେ ଟିଟିଇ ଟିକେଟ ଚେକିଂ କରିବା ବେଳେ ମହିଳା ଜଣଙ୍କ ଧରାପଡ଼ି ଯାଇଥିଲେ। ଏହାକୁ ନେଇ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ବି ହୋଇଥିଲା।

ବାସ୍ ଏହାପରେ ମହିଳା ଜଣଙ୍କ ଅଧିକାରୀଙ୍କୁ ଫସାଇବାକୁ କରିଥିଲେ ନାଟକ । ସେ ନିଜ ଡ୍ରେସକୁ ନିଜେ ଚିରି ଟିଟିଇ ଦୁର୍ବ୍ୟବହାର କରି ଆଶ୍ୱସନା ହାସଲ କରିବାକୁ ଚାହିଁଥିଲେ। ହେଲେ ଟ୍ରେନରେ ଥିବା ଜଣେ ଯାତ୍ରୀ ଗୁପ୍ତ ଭାବେ ନିଜ ମୋବାଇଲରେ ମହିଳାଙ୍କ ସବୁ ହରକତକୁ ରେକର୍ଡ କରି ନେଇଥିଲେ। ଏଥିଯୋଗୁ ମହିଳାଙ୍କ ସବୁ ଖେଳ ଧରାପଡ଼ି ଯାଇଛି।ପୂରା ଘଟଣା ସେପ୍ଟେମ୍ବର ୧୭ ତାରିଖ ଦାନାପୁର-ସିକନ୍ଦରାବାଦ ଏକ୍ସପ୍ରେସରେ ଘଟିଛି। ଏବେ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମହିଳା ଜଣଙ୍କ ଜଣେ ଛୋଟ ଛୁଆ ସହ ଯାତ୍ରା କରୁଥିଲେ।
