ବିଶେଷ

ସେୟାର ବଜାରରେ ଭୂକମ୍ପ, ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା

ସେୟାର ବଜାରରେ ବଡ଼ ଧରଣର ହ୍ରାସ। ସୋମବାର କାରବାର ଆରମ୍ଭରୁ ସେନସେକ୍ସ ୧,୦୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ୨୩ ହଜାର ତଳକୁ ଚାଲିଯାଇଛି। ଏହାର ପ୍ରଭାବରେ ନିବେଶକଙ୍କ ପ୍ରାୟ ୬.୧୭ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଛି।
ବଜାର ଖସିବାର ମୁଖ୍ୟ କାରଣ ହେଉଛି ଅଶୋଧିତ ତେଲ ଦର ବୃଦ୍ଧି। ଅଶୋଧିତ ତେଲ ଦର ୧୦୬ ଡଲାର ଟପିଛି। ଏହା ସହ ଆମେରିକାର ବଣ୍ଡ ରିଟର୍ନ ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ବିକ୍ରି ଚାପ ବଜାରକୁ ପ୍ରଭାବିତ କରିଛି।
ବ୍ୟାଙ୍କ ଓ ଫାଇନାନ୍ସିଆଲ୍ ଷ୍ଟକ୍ରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ସେପଟେ ସେପ୍ଟେମ୍ବରରେ ବିଦେଶୀ ନିବେଶକ ପ୍ରାୟ ୧୯ ହଜାର କୋଟି ଟଙ୍କାର ଭାରତୀୟ ଶେୟାର ବିକ୍ରି କରିଛନ୍ତି। ଆଗକୁ ତେଲ ଦର, ଆମେରିକୀୟ ବଣ୍ଡ୍ ୟିଲ୍ଡ ଓ ବିଦେଶୀ ନିବେଶକଙ୍କ ଗତିବିଧି ଉପରେ ବଜାରର ନଜର ରହିବ।

Related posts

ଗୁଡ଼୍ ଫ୍ରାଇଡେ ବିଷୟରେ କିଛି ବିଶେଷ କଥା

mahabharatanews

ଦଲାଲ ସାମ୍ବାଦିକଙ୍କ ପାଇଁ ସତର୍କ ଘଣ୍ଟି

mahabharatanews

ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ

mahabharatanews