ଅପରାଧ

ବିଜେପି ନେତାଙ୍କୁ ହତ୍ୟା ପାଇଁ ପତ୍ନୀ ରଚିଥିଲେ ଷଡ଼ଯନ୍ତ୍ର…

ଜଳି ଯାଇଥିବା ବାଇକ ଖୋଲିଲା ଗୁମର । ବିଜେପି ନେତାଙ୍କୁ ହତ୍ୟା ପାଇଁ ପତ୍ନୀ ରଚିଥିଲେ ସାଂଘାତିକ ଷଡ଼ଯନ୍ତ୍ର । ଆନ୍ଧ୍ର ପ୍ରଦେଶର ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପତ୍ନୀ ରଚିଥିବା ସାଂଘାତିକ ଖେଳର ଖୁଲାସା ହୋଇଛି। ଏହି ଘଟଣାରେ ପୁଲିସ ବିଜେପି ନେତାଙ୍କ ପତ୍ନୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ପୂରା ଘଟଣା ଥିଲା ଏମିତି,  ସେପ୍ଟେମ୍ବର ୧୩ ତାରିଖ ରାତିରେ ଆନ୍ଧ୍ର ପ୍ରଦେଶରେ ବିଜେପିର ମଣ୍ଡଳ ଅଧ୍ୟକ୍ଷ ମୁନିରାଜୁଙ୍କ ବାଇକକୁ ହଠାତ୍‌ କିଛି ଯୁବକ ପୋଡ଼ି ଦେଇଥିଲେ। ମୁନିରାଜୁଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ପ୍ରଥମେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା।

ପୁଲିସ୍ ପ୍ରଥମେ ଘଟଣା ପଛରେ ସ୍ଥାନୀୟ ରାଜନୀତିକ ବିବାଦ ରହିଛି କି ନାହିଁ, ତା’ର ଯାଞ୍ଚ କରିଥିଲା। ହେଲେ ଏହି ସବୁ ନେଇ କୌଣସି ଠୋସ ପ୍ରମାଣ ମିଳି ନଥିଲା। ଏହାପରେ ପୁଲିସ୍‌ ସିସିଟିଭି ଫୁଟେଜ ଓ ବୈଷୟିକ ପ୍ରମାଣକୁ ଏକାଠି କରିଥିଲା। ଏହି ସମୟରେ ଯୁବକସମ୍ପର୍କରେ ଖବର ପାଇଥିଲା। ଏମାନଙ୍କୁ ପୁଲିସ୍‌ ଚିହ୍ନଟ କରି ଗିରଫ ମଧ୍ୟ କରିଥିଲେ। ସେମାନେ ଗାଡ଼ି ପୋଡ଼ି ଘଟଣାରେ ସାମିଲ ଥିବା ସ୍ୱୀକାର କରିନେଇଥିଲେ।

ତେବେ ଘଟଣା ପଛରେ ମୁନିରାଜୁଙ୍କ ପତ୍ନୀ ପ୍ରଶାନ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ ମୁନିରାଜଙ୍କ ପତ୍ନୀ ପ୍ରଶାନ୍ତୀ ଗିରଫ ୫ ଯୁବକଙ୍କ ମଧ୍ୟରେ ଥିବା ଅଭିଯୁକ୍ତଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି ।

Related posts

ଯୁବତୀଙ୍କୁ ଏସିଡ ମାଡ କରି ଅଭିଯୁକ୍ତ ଫେରାର

mahabharatanews

ମଦ ଦୋକାନ ଉପରେ ଚଢାଉ, ୩ ଗିରଫ

mahabharatanews

ବଳି ପଡିଲା ଆଉ ଜଣେ ମୁମ୍ବାଇ ନିର୍ଭୟା

mahabharatanews