ରୁଷରେ ପ୍ଲେଗ୍ ଆତଙ୍କ । ଲ୍ୟାବରେ କାର୍ଯ୍ୟରତ ଜଣେ ମହିଳାଙ୍କ ମୃତ୍ୟୁ ପରେ ପ୍ଲେଗ୍ ସନ୍ଦେହ ଘନୀଭୂତ ହୋଇଛି। ତେବେ ମହିଳାଙ୍କ ମୃତ୍ୟୁ ପ୍ଲେଗ୍ ଯୋଗୁ ହୋଇଛି ବୋଲି କୌଣସି ସ୍ପଷ୍ଟ ନାହିଁ । ଏହି ଘଟଣା ପରେ ରୁଷର ଏକାଧିକ ହସ୍ପିଟାଲକୁ କ୍ୱାରେଣ୍ଟାଇନ୍ କରାଯାଇଥିବା ବେଳେ, କାରଖାନାରେ ଆରମ୍ଭ ହୋଇଛି ମାସ୍କ ବାଧ୍ୟତାମୂଳକ । ସତର୍କତାମୂଳକ ପଦକ୍ଷେପ ଭାବେ ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ୧୯୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮୯ ଜଣଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନରେ ରଖାଯାଇଛି।

ମୃତ ମହିଳାଙ୍କ ପରୀକ୍ଷାରେ ପ୍ଲେଗ୍ ନିଶ୍ଚିତ ହୋଇନଥିବା ବେଳେ, ସତର୍କତାମୂଳକ ପଦକ୍ଷେପ ଭାବେ ସଂପୃକ୍ତ ଅଞ୍ଚଳରେ କ୍ୱାରେଣ୍ଟାଇନ୍, ମାସ୍କ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। କେବଳ ହସ୍ପିଟାଲ୍ ନୁହେଁ, ରୁଷର ଶିଳ୍ପାଞ୍ଚଳରେ ମଧ୍ୟ ନିଆଯାଇଛି ସତର୍କତାମୂଳକ ପଦକ୍ଷେପ । । ନ୍ୟୁମୋନିକ୍ ପ୍ଲେଗକୁ ନେଇ ଛାନିଆ ହୋଇଛି ସାରା ବିଶ୍ବ ପ୍ଲେଗ୍ର ସବୁଠାରୁ ଗୁରୁତର ରୂପ ହେଉଛି ନ୍ୟୁମୋନିକ୍ ପ୍ଲେଗ୍। ସାଧାରଣତଃ ବୁବୋନିକ୍ ପ୍ଲେଗ୍ରେ ମାଛି ମାଧ୍ୟମରେ ସଂକ୍ରମଣ ହୋଇଥାଏ। କିନ୍ତୁ ନ୍ୟୁମୋନିକ୍ ପ୍ଲେଗ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ କାଶ, ଛିଙ୍କ ବା ଶ୍ୱାସକ୍ରିୟାରୁ ବାହାରୁଥିବା ଡ୍ରପଲେଟ୍ ମାଧ୍ୟମରେ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇପାରେ ।
