ଓଡିଶା

ଓଡ଼ିଶା ବନ୍ଦ ଡାକରା: ଅନୁଗୋଳରେ ବନ୍ଦର ପ୍ରଭାବ

୪ ଦଫା ଦାବି ନେଇ କଂଗ୍ରେସ ଓ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ବନ୍ଦକୁ ସମର୍ଥନ କରିଛନ୍ତି। ବନ୍ଦ ଯୋଗୁଁ ଅନୁଗୋଳର ବିଭିନ୍ନ ଅଞ୍ଚଳରେ ଗାଡ଼ି ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖାଯାଇଛି। ରାସ୍ତାରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନକୁ ସଫଳ କରିବାକୁ ଉଦ୍ୟମ କରିଥିଲେ।

ଏନେଇ କଂଗ୍ରେସ ନେତାମାନେ କହିଛନ୍ତି, ବନ୍ଦ ପାଳନ ପାଇଁ ଦଳ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଥିଲା। ଓଡିଶା ବନ୍ଦ ଡାକରାରେ  ଅନୁଗୋଳରେ ବନ୍ଦ ର  ପ୍ରଭାବଥିବା ବେଳେ ସର୍କିଟ ହାଉସରେ ସରକାରୀ ବୈଠକ ଚାଲିଥିବାବେଳେ କଂଗ୍ରେସ ଦଳ ପହଞ୍ଚିଥିଲା। ସେଠାରେ କିଛି ସମୟ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।ଲୋକମାନେ ନିଜ ଇଚ୍ଛାରେ ବନ୍ଦକୁ ସମର୍ଥନ କରିଥିବା ସେମାନେ  କରିଛନ୍ତି। ତେବେ ୪ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Related posts

କାମାସକ୍ତଙ୍କ ବର୍ବର କାଣ୍ଡ

mahabharatanews

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ

mahabharatanews

ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ

mahabharatanews