ଦେଶ ବିଦେଶ

ଛାତ୍ରୀଙ୍କ ଆତ୍ମାହୁତି; ମିଳିଲା ୩ ପୃଷ୍ଠାର ହାତ ଲେଖା ଚିଠି

ସ୍କୁଲ ଭିତରେ ନିଜକୁ ଜାଳି ଦେଲେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ । ମିଳିଲା ୩ ପୃଷ୍ଠାର ହାତ ଲେଖା ଚିଠି । ଦିଲ୍ଲୀର ଶାହଦର ଜିଲ୍ଲାର କ୍ରିଷ୍ଣା ନଗରରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଘଟିଛି ବଡ଼ ଅଘଟଣ। ଏଠାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ସ୍କୁଲ ଭିତରେ ହିଁନିଜକୁ ନିଜେ ଜାଳି ଦେଇଛନ୍ତି। ଶନିବାର ଏହି ଚକିତ ଭଳି ଘଟଣା ଘଟିଛି ।  ସେହିପରି ଛାତ୍ରୀ ଜଣଙ୍କୁ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ହେଁ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ, ସେକଥା ଏଯାଏ ସ୍ପଷ୍ଟ କରିନ ପୁଲିସ୍‌। ସ୍କୁଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚିଥିଲା।

କିନ୍ତୁ ବାସ୍ତବରେ ଜଣେ ଛାତ୍ରୀ ଆତ୍ମାହୁତି ଦେଇଥିବା ଜଣାପଡ଼ିଥିଲା। । ଘଟଣା ସ୍ଥଳରୁ ଏକାଧିକ ଜିନିଷ ସହ ଛାତ୍ରୀଙ୍କ ସ୍କୁଲ ବ୍ୟାଗ ଜବତ ହୋଇଛି। ଫରେନ୍ସିକ ଟିମ ମଧ୍ୟ କିଛି ତଥ୍ୟ ସଂଗ୍ରହ କରିଛି। ଛାତ୍ରୀଙ୍କ ବ୍ୟାଗରୁ ଗୋଟିଏ ୩ ପୃଷ୍ଠାର ହାତ ଲେଖା ଚିଠି ମିଳିଛି। ଛାତ୍ରୀ ଜଣଙ୍କ ନିଜେ ହିଁ ବ୍ୟାଗରେ ପେଟ୍ରୋଲ ଭର୍ତ୍ତି ବୋତଲ ଧରି ସ୍କୁଲ ଆସିଥିଲେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏ ସମ୍ପର୍କରେ କିଛି ବି ନିଶ୍ଚିତ ହୋଇ ନଥିବା ବିବୃତିରେ କୁହାଯାଇଛି।

Related posts

ସମୁଦ୍ରର ଅତଳ ଗଭୀରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ବେଙ୍ଗଲ SIRରେ ଭୋଟର ତାଲିକାରୁ ନାମ ବାଦ ପଡିଲା 91 ଲକ୍ଷ ନାମ

mahabharatanews

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

mahabharatanews