ବାତ୍ୟା ଅକଭାନ୍ ପ୍ରଭାବରେ ଆସନ୍ତାକାଲି ଠାରୁ ଓଡିଶାର ଆରମ୍ଭ ହୋଇଯିବ ବର୍ଷା । ସାମ୍ଭାବ୍ୟ ବାତ୍ୟା ଓ ପର୍ବଳ ବର୍ଷାକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ୪ ଦିନ ଧରି ବନ୍ଦ ରହିବ । ଆସନ୍ତା ୧୯ ତାରିଖରୁ ୨୧ ପର୍ୟ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବର୍ଷା ଜନିତ ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। କେବଳ ମନ୍ଦିର ଭିତରେ ଦର୍ଶନ ବନ୍ଦ ରହିବନି, ବରଂ ମନ୍ଦିର ସଂଲଗ୍ନ ତଥା ନିକଟସ୍ଥ ଶରଧାବାଲି ଅଞ୍ଚଳରେ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ କରାଯିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଷା ସମୟରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ, ସେଥିପାଇଁ ଏହି କଟକଣା ଜରୁରୀ ଥିଲା। ତେଣୁ ଏହି ୪ ଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି। ପାଗ ସ୍ୱାଭାବିକ ହେବା ପରେ ପୁଣିଥରେ ପୂର୍ବଭଳି ଦର୍ଶନ ବ୍ୟବସ୍ଥା ଚାଲୁ ହେବ ବୋଲି ଜଣାପଡ଼ିଛି।

