ରାଜନୀତି

ଋତୁବ୍ରତ ବାନାର୍ଜୀ ହରାଇଲେ ବିରୋଧୀ ଦଳ ନେତା ମାନ୍ୟତା

ଟିଏମସିର ବିଦ୍ରୋହୀ ଗୋଷ୍ଠୀଙ୍କୁ ହାଇକୋର୍ଟର ବଡ଼ ଝଟକା। ବିରୋଧୀ ଦଳ ନେତା ପଦ ହରାଇଲେ ବିଦ୍ରୋହୀ ଗୋଷ୍ଠୀର ନେତା ଋତୁବ୍ରତ ବାନାର୍ଜୀ।ଗତକାଲି କ୍ୟାଲକାଟା ହାଇକୋର୍ଟ ଋତୁବ୍ରତଙ୍କୁ ପଶ୍ଚିମବଙ୍ଗ ବିଧାନସଭାରେ ମିଳିଥିବା ବିରୋଧୀ ଦଳ ନେତା ମାନ୍ୟତାକୁ ରଦ୍ଦ କରି ଦେଇଛନ୍ତି।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସିର ପ୍ରାୟ ୬୦ ଜଣ ବିଧାୟକ ମମତା ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେମାନେ ମମତାଙ୍କ ଠାରୁ ଅଲଗା ହୋଇ ଟିଏମସି ନାଁରେ ପୃଥକ ଗୋଷ୍ଠୀ ଗଠନ କରିଥିଲେ।

ମମତା ବାନାର୍ଜୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରିଥିଲେ ହେଁ ଋତୁବ୍ରତ ଆଣ୍ଡ କୋ ଏହାକୁ ଗ୍ରହଣ କରି ନଥିଲେ। ଶେଷରେ ବିଦ୍ରୋହୀ ଗୋଷ୍ଠୀ ନିଜକୁ ପ୍ରକୃତ ଟିଏମସି ବୋଲି ଦାବି କରି ବିଧାନସଭା ବାଚସ୍ପତିଙ୍କ ଦ୍ୱାରସ୍ଥ ହୋଇଥିଲେ। ବାଚସ୍ପତି ମଧ୍ୟ ଋତୁବ୍ରତଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲେ।ହେଲେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମମତାଙ୍କ ଗୋଷ୍ଠୀ। ଏବେ ଏହାର ଶୁଣାଣି ହାଇକୋର୍ଟ ବିଚାରପତି ଜଷ୍ଟିସ କ୍ରିଷ୍ଣା ରାଓ କରିଛନ୍ତି।

Related posts

ଉପମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେଲେ ଏହି ନେତା, ଆସନ୍ତା କାଲି ଶପଥ ସମାରୋହ

mahabharatanews

ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ପରଲୋକ

mahabharatanews

ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲୋକସଭା ଏବଂ ରାଜ୍ୟସଭା ମୁଲତବୀ; ଜାଣନ୍ତୁ କେତେ ବିଲ୍ ଗୃହୀତ ହେଲା

mahabharatanews