ଓଡିଶା

ଶିକାର କରୁ କରୁ ଫୁଟିଲା ଗୁଳି, ଶିକାରୀ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାରହା ଶିକାର କରିବାକୁ ଯାଇ ଫସିଗଲେ ଶିକାରୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।
ଭଞ୍ଜନଗର ଥାନା ଅନ୍ତର୍ଗତ କୁଟୁଣୀ କୁମ୍ପା ଗାଁରେ ବାରହା ଶିକାର କରିବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ । ତେବେ ଏହି ଆଘାତ ବାରହାର ଆକ୍ରମଣରେ ନୁହେଁ, ବରଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ହୋଇଛି । ସହଯୋଗୀଙ୍କ ବନ୍ଧୁକରୁ ଗୁଳି ଫୁଟି ବାରହା ଶିକାର କରିବାକୁ ଯାଇଥିବା ଶିବରାମ ନାୟକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଳରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଶିବରାମଙ୍କୁ ବ୍ରହ୍ମପୁର ବଡ ମେଡିକାଳକୁ ସ୍ତାନାନ୍ତର କରାଯାଇଛି ।

Related posts

ଅସାଧୁ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews

କାର-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

mahabharatanews

କମିଶନରେଟପୁଲିସ୍ ଓ ରେଡ଼କ୍ରସ ପକ୍ଷରୁ ସାଇବର ସୁରକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews