ଓଡିଶା

ବାଇପାସ ନିର୍ମାଣ ଦାବିରେ ଖଡିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା: ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ନୂଆପଡା ଜିଲ୍ଲା ଖଡିଆଳ ସହରରେ ମଞ୍ଚର କର୍ମ କର୍ତ୍ତାମାନେ ବାଇପାସ ନିର୍ମାଣ, ଟ୍ରାଫିକ ବ୍ୟବସ୍ଥା, ଉଜ୍ୱଳ ଆଲୋକୀକରଣ, ଭାରୀଯାନ ଚଳାଚଳର ସମୟ ସାରଣୀ ପ୍ରଭୃତି ଦାବିରେ ବନ୍ଦ ଡାକରା ଦେଇଥିଲେ। ମଞ୍ଚର କର୍ମକର୍ତ୍ତାମାନେ ସହରର ବିଭିନ୍ନ ଛକ ଜାଗାମାନଙ୍କରେ ଆନ୍ଦୋଳନ କରିଥିଲେ। ଫଳରେ ସହରରେ ଥିବା ବିଭିନ୍ନ ଦୋକାନ ବଜାର ସମେତ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା। ପୁଲିସ ପକ୍ଷରୁ ବିଭିନ୍ନ ଛକ ଜାଗାମାନଙ୍କରେ ପିକେଟିଂ କରାଯାଇଥିଲା। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Related posts

ଆଜି ହେଉଛି ବିଶ୍ୱ ସଂଗୀତ ଦିବସ

mahabharatanews

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ

mahabharatanews