ଓଡିଶା

ବାଇପାସ ନିର୍ମାଣ ଦାବିରେ ଖଡିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା: ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ନୂଆପଡା ଜିଲ୍ଲା ଖଡିଆଳ ସହରରେ ମଞ୍ଚର କର୍ମ କର୍ତ୍ତାମାନେ ବାଇପାସ ନିର୍ମାଣ, ଟ୍ରାଫିକ ବ୍ୟବସ୍ଥା, ଉଜ୍ୱଳ ଆଲୋକୀକରଣ, ଭାରୀଯାନ ଚଳାଚଳର ସମୟ ସାରଣୀ ପ୍ରଭୃତି ଦାବିରେ ବନ୍ଦ ଡାକରା ଦେଇଥିଲେ। ମଞ୍ଚର କର୍ମକର୍ତ୍ତାମାନେ ସହରର ବିଭିନ୍ନ ଛକ ଜାଗାମାନଙ୍କରେ ଆନ୍ଦୋଳନ କରିଥିଲେ। ଫଳରେ ସହରରେ ଥିବା ବିଭିନ୍ନ ଦୋକାନ ବଜାର ସମେତ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା। ପୁଲିସ ପକ୍ଷରୁ ବିଭିନ୍ନ ଛକ ଜାଗାମାନଙ୍କରେ ପିକେଟିଂ କରାଯାଇଥିଲା। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Related posts

ବବିଙ୍କୁ ନେଇ ବିବାଦ

mahabharatanews

ଆଗାମୀ ୨୫ରେ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

mahabharatanews