ଡିଭାଇଡର ଉପରକୁ ଚଢ଼ିଲା ୧୬ ଚକିଆ ଟ୍ରକ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଲେ ଟ୍ରକ ଚାଳକ ହସ୍ତଗତ ସୂଚନା ଅନୁସାରେ ଉମରକୋଟରୁ ଏକ ମକା ବୋଝେଇ ନେଇ କଟକ ଅଭିମୁଖେ ଯାଉଥିବା ଏକ ୧୬ ଚକିଆ ଟ୍ରକ ବଲାଙ୍ଗୀର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଥିବା ଡିଭାଇଡର ଉପରକୁ ଚଢ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ସ୍ଥାନରେ ଥିବା ଡିଭାଇଡରରେ କୌଣସି ରେଡିଅମ ସତର୍କ ସୂଚନା ଫଳକ ନଥିବାରୁ ଦ୍ରୁତଗତିରେ ଥିବା ଟ୍ରକଟି ନିୟନ୍ତ୍ରଣ ହାରାଇ ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକର ତଳ ଭାଗରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି, ଯଦିଓ କୌଣସି ଜଣହାନି ଘଟିନାହିଁ। ଘଟଣା ପରେ ଜନସାଧାରଣ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମସ୍ତ ଛକ ଓ ଡିଭାଇଡରରେ ରେଡିଅମ ସତର୍କ ସୂଚନା ଫଳକ ଲଗାଇବାକୁ ଦାବି କରାଯାଇଛି।
previous post
