ଓଡିଶା

ନେତାଜୀ ଜୟନ୍ତୀ ଅବସରରେ ହସ୍ତାକ୍ଷର ପ୍ରତିଯୋଗିତା

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତର ଦୁଇ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି ।ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଓ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଛାତଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମହାପୁରୁଷଙ୍କ ଜୀବନାଦର୍ଶନରେ ଅନୁପ୍ରାଣିତ ହୋଇ ଦେଶ ସେବା କରିବା ପାଇଁ କହିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ ପ୍ଳାଷ୍ଟିକ ବର୍ଜନ କରିବା ସହ ପରିବେଷକୁ ସ୍ଥସ୍ଥ ରଖିବା ପାଇଁ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଆଜି ମଧ୍ୟ ହସ୍ତାକ୍ଷର ଦିବସ ଅବସରରେ ଉକ୍ତ ବିଦ୍ୟାଳୟରେ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ପର୍ଶୁରାମ ସାହୁ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହିପରି ଗତେଶ୍ୱର ଦେବ ନୋଡାଲ , ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

Related posts

ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ : ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ କରିଥିଲେ ଏମିତି ପୋଷ୍ଟ୍‌…

mahabharatanews

ମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତ

mahabharatanews

ବାତ୍ୟା ଅସାନି ପ୍ରଭାବରେ ୧୦ ତାରିଖ ରୁ ୧୨ ତାରିଖ ଯାଏ ବର୍ଷା ସମ୍ଭାବନା

mahabharatanews

Leave a Comment