ଭାରତ

ଶିମଲା ସମେତ ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି

(ହିମାଚଳ) : ଲଗାଣ ବର୍ଷା ହେତୁ ହିମାଚଳରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ହିମାଚଳର କୁଲ୍ଲୁ ଜିଲ୍ଲାରେ ଆଜି ୭ଟି ଘର ଦେଖୁ ଦେଖୁ ଭାଙ୍ଗିଯାଇଛି। ହିମାଚଳ ଓ ଉତ୍ତରାଖଣ୍ଡରେ ସଦ୍ୟ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ହିମାଚଳପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ ,  ହିମାଚଳରେ ଶିମଲା ସମେତ ୬ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି ହୋଇଛି। କାଙ୍ଗ୍ରା, କୁଲ୍ଲୁ, ମଣ୍ଡି, ଶିମଲା, ସୋଲନ ଏବଂ ସିରମୌର ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ଶିମଲାରେ ଆସନ୍ତା‌ ୨ ଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌, କଲେଜ ବନ୍ଦ ରହିଛି। କୁଲ୍ଲ-ମଣ୍ଡି ରାସ୍ତା ନଷ୍ଟ ହୋଇଯାଇଥିବାରୁ ଶତାଧିକ ଗାଡ଼ି ଫସି ରହିଛି। ବର୍ଷା ବିପର୍ଯ୍ୟାୟ ପାଇଁ ହିମାଚଳରେ ମୋଟ୍‌ ୭୦୯ଟି ରୋଡ୍‌ ବନ୍ଦ ରହିଛି। ଶତାଧିକ ଘରେ ଫାଟ ଦେଖାଦେଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Related posts

ଏନକାଉଣ୍ଟରରେ ଟଳିପଡିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews

ମଣିପୁର ହିଂସା : ମୃତକଙ୍କ ପରିବାରକୁ ସରକାରୀ ଚାକିରି

mahabharatanews