ଓଡିଶା

ଆସୁଛି ବଡ ବାତ୍ୟା ! ଚାଷୀଙ୍କ ମନରେ ବଢିଲାଣି ଭୟ

ଆସୁଛି ବଡ ବାତ୍ୟା । ଚାଷୀଙ୍କ ମନରେ ବାତ୍ୟାର ଭୟ ବଢିବାରେ ଲାଗିଲାଣି । ସମୁଦ୍ର ଭିତରେ ବଳ ଗୁଟାଇ ମାଡି ମାଡି ଆସୁଛି ପୁଣି ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ । ଲଘୁଚାପ ଏବେ ସମୁଦ୍ର ଭିତରେ ବଳ ଗୁଟାଇ ଆହୁରି ଘନୀଭୂତ ହେବାରେ ଲାଗିଛି । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତେବେ ଯାହା ସୂଚନା ରହିଛି ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତ ରୂପ ନେଇପାରେ । ସମୁଦ୍ର ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀହେବ ଓ ୨୬ରେ ବାତ୍ୟାରେ ପରିଣତ ହୋଇପାରେ ।

୨୭ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ଭୟ ରହିଛି । ଏବେଠାରୁ ଏ ସଂକ୍ରାନ୍ତରେ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ । କିନ୍ତୁ ବାତ୍ୟାର ଗତିପଥ, ତୀବ୍ରତା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଏଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି । ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ଥିବାରୁ ତରତର ହୋଇ ଜମିରୁ ଧାନ କାଟି ନେଉଛନ୍ତି ଚାଷୀ ।

Related posts

ମହେନ୍ଦ୍ର ତନୟା ମହୋତ୍ସବ ୨୦୨୬ ଉଦଘାଟିତ

mahabharatanews

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ

mahabharatanews

ଜନତା ମହା ବିଦ୍ୟାଳୟ ବଇଣ୍ଡା ରେ ମହା ସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

mahabharatanews