ଓଡିଶା

ଆଇଜି କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରକ୍ତଦାନ ମହାପୁଣ୍ୟ। ବୁନ୍ଦାଏ ରକ୍ତ ଜଣେ ଅମୂଲ୍ୟ ଜୀବନକୁ ବଞ୍ଚାଇଥାଏ। ମୟୂରଭଞ୍ଜ ଜିଲ୍ଲା ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ , ଯୁବ ରେଡକ୍ରସ୍ ପକ୍ଷରୁ ଆଜି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରମୋଦ କୁମାର ଶତପଥୀ ଓ ଉଦଳା ମେଡିକାଲ ର ବରିଷ୍ଠ ଶିଶୁ ବିଶେଷଜ୍ଞ ଡ.ଲକ୍ଷ୍ମୀକାନ୍ତ ପତି ପ୍ରମୁଖ ଯୋଗ ଦେଇ ଏହି ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ।ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବିଶେଷ କରି ଆଜିର ଯୁବପିଢି କିପରି ଉତ୍ସାହିତ ହୋଇ ଆଗାମୀ ଦିନରେ ରକ୍ତଦାନକୁ ସଫଳ କରିବେ। ଏହି ରକ୍ତଦାନ ଶିବିର ଆଭିମୁଖ୍ୟ ବୋଲି ମହାବିଦ୍ୟାଳୟର ଅଧ୍ୟାପିକା କହିଛନ୍ତି।

Related posts

କୋଭିଡ ଡ୍ୟୁଟିରେ ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଦିଆଯିବ ଅତିରିକ୍ତ ପ୍ରୋତ୍ସାହନ

mahabharatanews

ରୁବେଲା ଭାଇରସ; ଗର୍ଭବତୀଙ୍କୁ ସତର୍କ ରହିବାକୁ ନିର୍ଦେଶ

mahabharatanews

ରାଜଧାନୀରେ ଗାଈଗୋରୁ ଛାଡିଲେ ମାଲିକଙ୍କୁ ଦଣ୍ଡ 

mahabharatanews