ଓଡିଶା

ରାଜଧାନୀରେ ଗାଈଗୋରୁ ଛାଡିଲେ ମାଲିକଙ୍କୁ ଦଣ୍ଡ 

(ଭୁବନେଶ୍ୱର) : ଆସିଲା ବିଏମସିର ନୂଆ ଗାଇଡଲାଇନ୍ । ଏଣିକି ରାଜଧାନୀ ରାଜରାସ୍ତାରେ ଗାଈଗୋରୁ ଛାଡିଲେ ମାଲିକଙ୍କୁ ମିଳିବ ଦଣ୍ତ ଏହାସହ ବିଏମସି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ । ଏନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଗୁଲାଗାଈ ଗୋରୁଙ୍କ ପାଇଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି, ଯାନବାହନ ଚଳାଚଳରେ ଅସୁବିଧା ଏପରିକି ଅଧିକ ଦୁର୍ଘଟଣା ହେଉଥିବାରୁ ବିଏମସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଯେଉଁ ମାଲିକ ନିଜ ଗାଈ ବୋଲି ଦାବି କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ  ବିଏମସି ପକ୍ଷରୁ ବ୍ରହ୍ମଗିରି, ଜଟଣୀ, ବେଗୁନିଆ, ଆଦି ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି ।

Related posts

ମାଟ୍ରିକ୍ ପରୀକ୍ଷାରେ ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା

mahabharatanews

ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା ଜଣେ ଗୁରୁତର

mahabharatanews

ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୯ ମହିଳା ପୁଲିସ ଆହତ

mahabharatanews