ଭାରତ

ଗିରଫ ହେଲେ ସୁରକ୍ଷା ଉଲ୍ଲଂଘନ କରିଥିବା ପାଞ୍ଚ ଅଭିଯୁକ୍ତ

(ଦିଲ୍ଲୀ) : ଗିରଫ ହେଲେ ସଂସଦର ସୁରକ୍ଷା ଉଲ୍ଲଂଘନ କରିଥିବା ପାଞ୍ଚ ଜଣ ଅଭିଯୁକ୍ତ । ସେମାନେ ବୁଧବାର ଦିନ ଲୋକସଭାରେ ପଶିବା ସହ ଗୃହକୁ ଧୂଆଁମୟ କରିଦେଇଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଫେରାର୍ ଅଛି । ଦିଲ୍ଲୀ ପୋଲିସ UAPA ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସୂଚନାନୁଯାୟୀ , ସଂସଦ ଆକ୍ରମଣର ୨୨ ବର୍ଷ ପୂରିବା ଦିନ ପୁଣି ଥରେ ଏଭଳି ଏକ କାଣ୍ଡ ଘଟିଛି । ସୁରକ୍ଷା ତ୍ରୁଟିରୁ ଏଭଳି ପରିସ୍ଥିତି ଉପୁଜିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଗର ଏବଂ ମନୋରଂଜନଙ୍କ ପାଖରେ ବିଜେପି ସାଂସଦ ପ୍ରତାପ ସିଂମହାଙ୍କ ଦସ୍ତଖତ ଥିବା ପାସ୍ ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ୍ କରିଛି ।

Related posts

ବୃଦ୍ଧି ପାଇବ ପିଆଜ ଦର 

mahabharatanews

ତେଲେଙ୍ଗାନାରେ ବନ୍ୟା ବିତ୍ପାତ; ୧୪ ମୃତଦେହ ଉଦ୍ଧାର

mahabharatanews

ଅର୍ଜୁନ ଖାର୍ଗେଙ୍କୁ Z + ସୁରକ୍ଷା 

mahabharatanews