ମନୋରଞ୍ଜନ

ଦର୍ଶକଙ୍କ ମନ ମୋହୁଛି ଫିଲ୍ମ ‘ଆନିମଲ’

(ମୁମ୍ବାଇ) : ଫିଲ୍ମ ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଆନିମଲ’। ଅନେକ ବଡ଼ ବଡ଼ ବଜେଟର ଫିଲ୍ମକୁ ପଛରେ ପକାଇ ଦେଇଛି ରଣବୀର କପୁରଙ୍କ ଫିଲ୍ମ। ତେବେ ରଣବୀର ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ଏବେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। ଫିଲ୍ମରେ କମ ସମୟ ପାଇଁ ନଜର ଆସି ମଧ୍ୟ ସେ ଦର୍ଶକଙ୍କ ମନ କିଣିଛନ୍ତି। ଫିଲ୍ମ‌ରେ ରଣବୀରଙ୍କ ସହ ଥିବା ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ଏବେ ହଇଚଇ ସୃଷ୍ଟି କରିଛି।

ସୂଚନାନୁଯାୟୀ , ବିବାଦ ବଢ଼ୁଥିବା ଦେଖି ତୃପ୍ତି କହିଛନ୍ତି, “ମୁଁ ଫିଲ୍ମରେ ଥିବା ମୋ ଚରିତ୍ରକୁ ବହୁତ ପସନ୍ଦ କରେ। ଫିଲ୍ମର କାହାଣୀକୁ ନେଇ ଚରିତ୍ର ରଖାଯାଇଥାଏ। ମୋ ହିସାବରେ ମୋ ଚରିତ୍ର ଏକ ସଫା ହୃଦୟ ଥିବା ଝିଅର ଚରିତ୍ର। ଯଦି ଜୋତା ଚାଟିବାର ଦୃଶ୍ୟ ଦେଖି ଲୋକେ ପ୍ରଭାବିତ ହେଉଛନ୍ତି, ତେବେ ଏହା ସେମାନଙ୍କ ଚିନ୍ତାଧାରା ଦର୍ଶାଉଛି।”

Related posts

୧୫ରେ ମୁକ୍ତିଲାଭ କରିବ  ଚଳଚ୍ଚିତ୍ର ‘ଅପୂର୍ବା’

mahabharatanews

ଇସ୍ରାଏଲରୁ ଫେରି ଭାବପ୍ରବଣ ଭିଡିଓ ସେୟାର କଲେ ଅଭିନେତ୍ରୀ ନୁଶରତ

mahabharatanews

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମେନ୍ଦ୍ର

mahabharatanews