ଓଡିଶା

ଉଦଳାରେ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଉଦଳାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉଦଳା ପୋଲିସ ପକ୍ଷରୁ ଆଜି ଏକ ସଚେତନତା ରାଲି ବଜାର ପରିକ୍ରମା କରିଥିଲା। ଏହା ପରେ ଉଦଳା କଲେଜ ପରିସରରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ମୟୁରଭଞ୍ଜ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହିତ ଉପଜିଲ୍ଲାପାଳ ଏବଂ ଏନଏସି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ। କିଭଳି ଭାବେ ସାଇବର ଅପରାଧୀ ମାନେ ମୋବାଇଲ ଓଟିପି, ମେସେଜ ଜରିଆରେ ସାଇବର ଠକେଇ କରୁଛନ୍ତି ସେ ନେଇ ସୂଚନା ଦେଇଥିଲେ ଉଦଳା ଥାନା ଅଧିକାରୀ। ଏବଂ ସାଇବର ଠକେଇର ଶିକାର ହେଲେ କିଭଳି ସେଥିରୁ ରକ୍ଷା ପାଇବେ ସେ ନେଇ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।

Related posts

ଗାଡି ଧକ୍କାରେ ଜଣେ ମୃତ, ୧ ଗୁୁରୁତର

mahabharatanews

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

mahabharatanews

ଦୁଇ ଜଣଙ୍କ ନାମରେ ସତ୍ୟବାଦୀ ଥାନାରେ ଅଭିଯୋଗ

mahabharatanews