(ବେତନଟୀ) : ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆକ୍ରମଣ। ବେତନଟୀ ରେଞ୍ଜ ଅଧୀନ ବେଣାପୁରା ଗ୍ରାମରେ ରବିବାର ରାତିରେ ହାତୀ ଡ୍ୟୁଟିରେ ନିୟୋଜିତ ଥିବା ବନପାଳ ଓ ଜଣେ ଠିକା କର୍ମଚାରୀ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।
ସୂଚନାନୁଯାୟୀ , ହାତୀପଲ ବେଣାପୁରା ଗାଁକୁ ପଶି ଆସିଥିବାର ଖବରପାଇ ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନର ବନପାଳ ପ୍ରଦୀପ ଦେହୁରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ହାତୀ ଘଉଡ଼ାଇବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ସାଜସରଞ୍ଜାମ ନଥିବା ବେଳେ ହଠାତ୍ ହାତୀ ଆକ୍ରମଣ କରିଥିଲା। ଫଳରେ ୨ ଠିକାକର୍ମଚାରୀ ଦୁହେଁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି l