Uncategorized

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଭୁବନେଶ୍ୱର ଷ୍ଟେସନ୍ ଅତିକ୍ରମ କଲା ପରେ ଏହି ଅଘଟଣ ଘଟିଛି । କଟକ ଅଭିମୁଖେ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ତେବେ ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳେ ପ୍ରାୟ ୮ଟା ୪୦ ସମୟରେ ଏକ ମାଲବାହୀ ଟ୍ରେନଟି ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା। ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଫଳରେ ସେହି ରୁଟ୍ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଛି। ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି।

Related posts

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

mahabharatanews

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୬ ତମ ଜନ୍ମ ତିଥିରେ ମନେପକାଇଲେ ମୋଦି

mahabharatanews

ଏସବୁ ସ୍ଥାନରେ ଚାବିକାଠି ରଖିବା ଅଶୁଭ

mahabharatanews