ଭୁବନେଶ୍ୱର(ମହାଭାରତ): ଅଜବ ରୂପରେ ମିଳିଲା ମୃତଦେହ । ଭୁବନେଶ୍ୱର କୁଆଖାଇ ନଦୀପଠାରେ ପଡି ରହିଛି ମୃତଦେହ । ବାଲି ଭିତରେ ସମସ୍ତ ଶରୀର ପୋତି ହୋଇ ରହିଥିବା ବେଳେ ଉପରକୁ ଦୃଶ୍ୟମାନ ହେଉଛି କେବଳ ହାତ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜଧାନୀ ଉପକଣ୍ଠ ବାରୀମୁଣ୍ଡ ବାଲିଯାତ୍ରା ପଡିଆଠାରେ ଏକ ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତଦେହ ସମ୍ପୂର୍ଣ୍ଣ ବାଲି ଭିତରେ ପୋତି ହୋଇ ରହିତିବା ବେଳେ ବାଲି ଉପରକୁ କେବଳ ହାତ ଦେଖାଯାଉଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତଦେହର କୌଣସି ପରିଚୟ ମିଳି ପାରିନଥିବା ବେଳେ ହତ୍ୟା ପରେ ଶରୀରକୁ ବାଲିରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସର ସ୍ପେଶଲ ସ୍କ୍ୱାର୍ଡ ଏବଂ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ରାତି ହୋଇଯିବାରୁ ମୃତଦେହ ବାହାର କରାଯାଇନଥିଲା । ତେବେ ଆଜି ସକାଳୁ ବାଲି ଖୋଳି ମୃତଦେହ ବାହାର କରିବା ପରେ ଏହା ଜଣେ ମହିଳାଙ୍କର ହୋଇଥିବା ଆଶଙ୍କା ରହିଛି ।
ମୃତଦେହ ବାହାର କରାଯିବା ପରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ସେଠାକାର ପରିସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି । ତେବେ ନିକଟସ୍ଥ ଗାଁରୁ ଜଣେ ବ୍ୟକ୍ତି ୪ ଦିନ ହେଲା ନିଖୋଜ ଥିବା ବେଳେ ଏହି ମୃତଦେହ ତାଙ୍କର ହୋଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ମୃତଦେହଟି କାହାର ଏଯାଏଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।
previous post
next post