ଓଡିଶା

ନୟାଗଡ଼ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

ନୟାଗଡ଼: 5T ସଚିବ ଭି.କେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ । ନୟାଗଡ଼ର ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ କଣ୍ଟିଲୋ ନୀଳମାଧଵ ପୀଠର କିଭଳି ଉନ୍ନତି କରଣ ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, 5T ସଚିବଙ୍କ ଗସ୍ତ ସମୟରେ ମନ୍ଦିରରେ ପୂଜକ ମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ମନ୍ଦିର ଭିତରେ ପ୍ରଭୁ ନୀଳମାଧବଙ୍କର ଦର୍ଶନ କରାଇଥିଲେ । ମନ୍ଦିରର ଉନ୍ନତି କରଣ ନିମନ୍ତେ 5T ସଚିବଙ୍କ ଗସ୍ତ ଅନେକ ଗୁରୁତ୍ୱ ରଖୁଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥି ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

mahabharatanews

କ୍ୟାପିଟାଲ ଏବଂ ବି.ଏମ୍.ସି. ହସ୍ପିଟାଲରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ ଫଣ୍ଡ

mahabharatanews

ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜିନ୍ନତ୍

mahabharatanews