ଅପରାଧଓଡିଶା

ବେଆଇନ ବାଲି ଚାଲାଣ  ବେଳେ ଚଢ଼ାଉ : ଗୋଟିଏ ହାଇୱା ଜବତ,ଏକ ଲକ୍ଷ ଟଙ୍କା ଜୋରିମାନା

ସୁବର୍ଣ୍ଣପୁର :  ବେଆଇନ ବାଲି ଚାଲାଣକୁ ବନ୍ଦ କରିବା ନିମନ୍ତେ ରାତ୍ରି କାଳୀନ ଚଢ଼ାଉ ହୋଇଛି । ରାତିରେ  ତେଲ ନଦୀରୁ ଗୋଟିଏ ହାଇୱା  ବେଆଇନ  ବାଲି ଚାଲାଣ କରୁଥିବା ସମୟରେ ବ୍ଲକ ଛକ ଠାରେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ୱାବଧାନରେ, ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ।   ତଥା ତହସିଲ କାର୍ଯ୍ୟାଳୟର ସୁପରଭାଇଜର ପ୍ରମୁଖ ଚଢ଼ାଉ କରି ବେଆଇନ ବାଲି ଚାଲାଣ  ହାଇୱା ଉପରେ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି ।

ଉକ୍ତ ହାଇୱାକୁ ଜବତ କରାଯାଇ ସୋନପୁର ଟାଉନ ଥାନା ଅଧିକାରୀଙ୍କ ଜିମାରେ ଦିଆଯାଇଛି । ଏଣୁ ଏଣିକି ଆଗକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ ତଥା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ରୋକିବାକୁ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ନୂତନ ଭାବେ ଯୋଗଦାନ କରିଥିବା ଉପଜିଲ୍ଲାପାଳ ଡ଼ଃ ମିଶ୍ର ।

Related posts

ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଲେ ପ୍ରବାସୀ ଶ୍ରମିକ

mahabharatanews

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

mahabharatanews

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ

mahabharatanews