ଓଡିଶାପାଣିପାଗ

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର:ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ । ବିଭାଗୀୟ ସମନ୍ୱୟ ଓ ତ୍ୱରିତ ପୁନରୁଦ୍ଧାରକୁ ବୈଠକରେ ଗୁରୁତ୍ୱ ଦିଆଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ । ବୈଠକରେ ଆଇଏମଡି ପାୱାର ପଏଣ୍ଟ ମାଧ୍ୟମରେ ବାତ୍ୟା ସମ୍ପର୍କରେ ତଥ୍ୟ ରଖିବେ । ଡପଲର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବ । ବାତ୍ୟା ସମୟରେ କିପରି ଟେଲିକମ୍ୟୁନିକେସ୍ ବ୍ୟବସ୍ଥା କାର୍ୟ୍ୟକାରୀ ହେବ ସେନେଇ ଆଲୋଚନା କରାଯିବ । ଓଡ୍ରାଫ୍ ସହିତ ଅଗ୍ନିଶମ, ଏନଡିଆରଏଫ୍ ଏବଂ ଆବଶ୍ୟକସ୍ଥଳେ ସେନାର ସହାୟତା ନେଇ ଆଲୋଚନା ହେବ । ଆଶ୍ରୟସ୍ଥଳୀ ଗୁଡ଼ିକର ପ୍ରସ୍ତୁତି ଓ ମକଡ୍ରିଲ ସମ୍ପର୍କରେ ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଏ ।ମାର୍ଚ୍ଚରୁ ମେ ମାସ ଭିତରେ ରାଜ୍ୟରେ ଫନି ଓ ଅମ୍ଫନ ଭଳି ବଡ଼ ବାତ୍ୟା ହୋଇଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କରିପାରିଥିଲେ।ଏହି ବୈଠକରେ ମୁଖ୍ୟ ସଚିବ ଓ ଏସ୍ଆରସିଙ୍କ ସମେତ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ, ଜଳସମ୍ପଦ, ଜଙ୍ଗଲ ଓ ପରିବେଶ, ବିଭାଗ ସଚିବ, ପଞ୍ଚାୟତିରାଜ, କୃଷି, ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଆଇଟି ସଚିବ, ପୁଲିସ ଡିଜି, ଅଗ୍ନଶମ ଡିଜି, ଏନ୍ଡିଆର୍ଏଫ୍ କମାଣ୍ଡାଣ୍ଟ ଓ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ।

 

Related posts

ମାଓବାଦୀଙ୍କ ସହ ଲଢ଼ି ୨ ଯବାନ ସହିଦ

mahabharatanews

ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ପନ୍ନ ହେବ ପୁରୀ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ

mahabharatanews

୫ ବର୍ଷ ପରେ ଫୁଲବାଣୀ ଫେରିବ ଜଗା  

mahabharatanews