ଓଡିଶାଦେଶ ବିଦେଶପର୍ବ ପର୍ବାଣିଭାରତ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟ

ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ହସ୍ତଗତ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି ମୋହିତ ନାମକ ଯୁବକ। ଏବଂ ଏହାର ପରବର୍ତ୍ତୀ ସମୟରେ ନିଜ ଇନଷ୍ଟାଗ୍ରାମ ଆଇଡିରେ ଅପଲୋଡ଼ କରିଛନ୍ତି ଶ୍ରୀମନ୍ଦିର ଭିତର ଫଟୋ। ଯେଉଁଥିରେ ଯୁବକ ଜଣକ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଫଟୋ ଭାଇରାଲ ଘଟଣାକୁ ନେଇ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ଘଟଣାକୁ ନେଇ ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ପ୍ରଶାସନିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟୁଥିବା ଦର୍ଶାଇଛନ୍ତି ଭକ୍ତ ସମାଜ ।

Related posts

କୋଶଲ ୟୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଛି

mahabharatanews

ଏଥର ପୂଜାରେ ଭିଜିବ ସାରା ଓଡ଼ିଶା

mahabharatanews

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହ

mahabharatanews