ଓଡିଶା

ମୁଣ୍ଡରେ ଅମୃତଭଣ୍ଡା ପଡି ଚାଲିଗଲା ଅମୂଲ୍ୟ ଜୀବନ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଅମୃତଭଣ୍ଡା ତୋଳିବା ଜଣେ ମହିଳାଙ୍କ ପାଇଁ କାଳ ସାଜିଛି । ଗଛରୁ ଅମୃତଭଣ୍ଡା ଖସି ମହିଳାଙ୍କ ମୁଣ୍ଡରେ ମାଡ଼ ହେବାରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରକଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳୁଥିଲେ। ଏହି ସମୟରେ ହଠାତ୍ ଗଛରୁ ଏକ ବଡ଼ ଅମୃତଭଣ୍ଡା ଖସି ସିଧା ତାଙ୍କ ମୁଣ୍ଡ ଉପରେ ପଡିଥିଲା । ଆଘାତ ଏତେ ଶକ୍ତ ଥିଲା ଯେ, ଚନ୍ଦ୍ରକଳା ଘଟଣାସ୍ଥଳରେ ହିଁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ସୁନା ବେଶରେ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ

mahabharatanews

ସାଇଁପଡା ଉର୍ଦ୍ଦୁ ସ୍କୁଲରୁ ଲୁଟ୍

mahabharatanews

ଭୁବନେଶ୍ୱରରୁ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews