ଓଡିଶା

ଫ୍ଲାଇଟ କ୍ୟାନସଲ ପାଇଁ ପହଞ୍ଚି ପାରିଲେନି, ରିସେସ୍ପନ କରାଇଲା ଇଣ୍ଡିଗୋ

ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍ କ୍ୟାନସଲର କାରଣରୁ କର୍ଣ୍ଣାଟକର ହୁବଲୀରେ ୩ ଡିସେମ୍ବର ବୁଧବାର ଅନୁଷ୍ଠିତ ବିବାହ ଭୋଜି ବିନା ବର-କନ୍ୟାରେ ହୋଇଛି। ଯାହା ଆମନ୍ତ୍ରିତ ଅତିଥିଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାର୍ଯ୍ୟକ୍ରମରେ ବର-ବଧୂଙ୍କ ବିନା କନ୍ୟାଙ୍କ ମାତାପିତା ମଞ୍ଚରେ ବସିଥିଲେ ଓ ନବ ବିବାହିତ ଦମ୍ପତ୍ତି ଭୁବନେଶ୍ୱରରୁ କାର୍ଯ୍ୟକ୍ରମରେ ଅନ-ଲାଇନ୍ ଭର୍ଚୁଆଲ ଯୋଗ ଦେଇଥିଲେ।

ସୂଚନା ଅନୁସାରେ ଏହି ରିସେପସନ ହୁବଲୀର ମେଧା କ୍ଷୀରସାଗର ଓ ଭୁବନେଶ୍ୱରର ସଙ୍ଗମ ଦାସଙ୍କର ଥିଲା। ଦୁଇଜଣ ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି ଓ ସେମାନଙ୍କ ବିବାହ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କନ୍ୟାଙ୍କ ହୋମ ଟାଉନ ହୁବଲୀରେ ଡିସେମ୍ବର ୨ ଓ ୩ ତାରିଖରେ ରିସେପସନ ଆୟୋଜନ କରାଯାଇଥିଲା। ଏଥି ପାଇଁ କନ୍ୟାଙ୍କ ପରିବାର ଲୋକେ ହୁବଲୀର ଗୁଜରାଟ ଭବନରେ ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ।

ନବ ବିବାହିତ ଦମ୍ପତ୍ତି ଡିସେମ୍ବର ୨ ତାରିଖରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ହୋଇ ହୁବଲୀ ପହଞ୍ଚିବାର ଯୋଜନା କରିଥିଲେ। ସେହି ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଟିକେଟ୍ ମଧ୍ୟ କରିଥିଲେ। ହେଲେ ଡିସେମ୍ବର ୨ ତାରିଖ ଦିନ ପୂର୍ବାହ୍ନ ୯ଟା ଫ୍ଲାଇଟ୍ ନା କେବଳ ବିଳମ୍ବ ହୋଇଥିଲା ପରେ କ୍ୟାନସଲବି ହୋଇଯାଇଥିଲା। ସେହିପରି ୩ ଡିସେମ୍ବର ଭୋର ୪-୫ଟା ବେଳର ଫ୍ଲାଇଟ୍ ଅଚାନକ କ୍ୟାନସଲ କରି ଦିଆଯାଇଥିଲା। ଫ୍ଲାଇଟ୍ କ୍ୟାନସଲ ହେବା କାରଣରୁ ମେଧା ଓ ସଙ୍ଗମ ସଠିକ ସମୟରେ ହୁବଲୀ ପହଞ୍ଚି ପାରିନଥିଲେ। ଏଣୁ ପରିବାର ରିସେପସନ ରଦ୍ଦ କରିବା ବଦଳେ ଅନଲାଇନ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ଇଭେଣ୍ଟ ପଏଣ୍ଟରେ ସ୍କ୍ରିନ ଲଗାଇ ବର-କନ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମନ୍ତ୍ରିତ ଅତିଥିଙ୍କ ସହିତ ଯୋଡି ହୋଇଥିଲେ। ସେପଟେ ହୁବଲୀରେ ମେଧାଙ୍କ ମାତାପିତା ଷ୍ଟେଜରେ ଉପସ୍ଥିତ ରହି ଆମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ କରିଥିଲେ।

Related posts

ବଡ ଖବର: ଆସନ୍ତା ୬ତାରିଖ ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

mahabharatanews

ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା   

mahabharatanews

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews