ଓଡିଶାଦୁର୍ଘଟଣା

ଦୋକାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡ

କୋରାପୁଟ : ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦଳେଇଗୁଡା ପଞ୍ଚାୟତର ଜାଳିଆଗୁଡା ଗାଁରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଜାଳିଆଗୁଡା ଗାଁର ଉର୍ଦ୍ଧବ ମଣ୍ଡଳ ତାଙ୍କ ବାପା ଦନପତି ମଣ୍ଡଳଙ୍କ ଦୋକାନ ଗୃହରେ ତିନି ଦିନ ଧରି କରେଣ୍ଟ ନଥିବାରୁ ଦୋକାନ ଗୃହରେ କେଣ୍ଡେଲ ଜଳେଇ ରଖିଥିବା ବେଳେ କୌଣସି କାରଣରୁ ହଠାତ ଦୋକାନ ଘରେ ନିଆଁ ଲାଗିଯାଇଥିବା ବେଳେ ୧୨୦୦୦ ଟଙ୍କା ଜିନିଷ ପତ୍ର, ସହ ଇତ୍ୟାଦି ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ଏବେ ଚିନ୍ତାରେ ପରିବାର ଲୋକେ ଧାର କରଜ କରି ଦୋକାନ ଚଳାଉଥିଲେ, କିନ୍ତୁ ସମ୍ପୂର୍ଣ୍ଣ ନିଆଁ ଲାଗି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ଉର୍ଦ୍ଧବ ମଣ୍ଡଳଙ୍କ ଘରେ ଅନ୍ଧାର ଯୋଗୁ ଦୀପ ଲଗାଯାଇଥିଲା । ହେଲେ ଦୀପରୁ କୌଣସି ପ୍ରକାରେ ଘରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡର ଧୂଆଁ ବହୁ ଉଚ୍ଚକୁ ଉଠୁଥିବା ଦେଖାଯାଉଛି । ଘଟଣାସ୍ଥଳରେ ପରିବାର ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିଲେ ହେଲେ ନିଆଁ କୁ ଆୟତ୍ତ କରି ପାରିଲେ ନାହିଁ ।

Related posts

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତା

mahabharatanews

ବର୍ଷାରେ ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ପୋଲ

mahabharatanews

ନନ୍ଦନକାନନରେ ହେଲା ୩ ଅତିଥିଙ୍କ ନାମକରଣ  

mahabharatanews