ଓଡିଶାରାଜନୀତି

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତା

ଭୁବନେଶ୍ୱର: ବିରୋଧୀ ଦଳ ନେତା ଭାବେ ସମ୍ବଲପୁରର ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁକୁ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନାରେ ପୀଡିତ ହୋଇ ଦୀର୍ଘଦିନ ଧରି ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଫଳରେ ବିଧାନସଭାରେ ବିଜେପିର ଶାଣିତ ସ୍ୱର ଦେଖିବାକୁ ମିଳିନଥିଲା। ବିରୋଧୀ ଦଳ ନେତା ଘୋଷଣା ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ଅନେକ ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥିଲେ। ଜୟନାରାୟଣ ମିଶ୍ରଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରଥମେ କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱକୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ନିଜ ଦଳର ବିଧୟାକଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ଦଳ ପକ୍ଷରୁ ଯେଉଁ ଗୁରୁ ଦାୟିତ୍ୱ ମୋତେ ପ୍ରଦାନ କରାଯାଇଛି ତାକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ। ରାଜ୍ୟରେ ଚାଲିଥିବା ମନମୁଖୀ ଶାସନ ବିରୁଦ୍ଧରେ ସ୍ୱରଉତ୍ତୋଳନ ସହିତ ବିଧାନସଭାରେ ଗଠନମୂଳକ ବିରୋଧୀ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବୁ ବୋଲି ଶ୍ରୀ ମିଶ୍ର କହିଥିଲେ।
ଶ୍ରୀ ମିଶ୍ର ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ତାଙ୍କୁ ସରକାରୀ ଦଳର ଉପମୁଖ୍ୟ ସଚେତକ କରାଯାଇଥିଲା। ୨୦୦୪ ରେ ପୁର୍ନବାର ନିର୍ବାଚିତ ହେବା ପରେ ବିଜେଡି ବିଜେପି ମିଳିତ ସରକାରରେ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ତୃତୀୟ ଥର ଲାଗି ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୧୨ ମସିହାରେ ବିଜେପି ବିଧାୟକ ଦଳର ନେତା ମଧ୍ୟ ହୋଇଥିଲେ।

Related posts

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

mahabharatanews

ଭିଜିଲାନ୍ସ ଜାଲରେ ଟାଟା ପାୱାରର ଜେନେରାଲ ମ୍ୟାନେଜର

mahabharatanews

୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ

mahabharatanews