ଓଡିଶା

ନନ୍ଦନକାନନରେ ହେଲା ୩ ଅତିଥିଙ୍କ ନାମକରଣ  

(ଭୁବନେଶ୍ୱର) : ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି। ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାୟା ଓ ଶୁଭମ୍‌ର ୩ ଭାଇ ଭଉଣୀ  ନନ୍ଦନକାନନରେ ଦୁନିଆର ନୂଆ ଆଲୋକ ଦେଖିଥିଲେ। ମା’ ଓ ଛୁଆମାନେ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ ,  ପ୍ରଥମ ଥର ଭଳି ଏଥର ବି ରେବା ଛୁଆମାନଙ୍କ ଯତ୍ନ ନେଉ ନଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଲଗା କରାଯାଇଛି। ଛୁଆମାନଙ୍କୁ ଲାଳନପାଳନ କେନ୍ଦ୍ରକୁ ଅଣାଯାଇ କେୟାର୍‌ଟେକର୍‌ଙ୍କ ତତ୍ତ୍ବାବଧାନରେ ରଖାଯାଇଛି।

Related posts

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

mahabharatanews

ହିଞ୍ଜିଳି ଭାରପ୍ରାପ୍ତ ଥାନାଅଧିକାରୀ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହର ପରିଦର୍ଶର

mahabharatanews

ତାତିରେ ସିଝୁଛି ଓଡ଼ିଶା

mahabharatanews