ଭାରତ

ସନ୍ଧ୍ୟା ୭ଟାରେ ପହଞ୍ଚିବେ ବାଇଡେନ, ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

(ଆମେରିକା) :  ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସି ଦିଲ୍ଲୀରେ ପହଞ୍ଚିବେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ  ଯିବେ । ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ।

ସୂଚନାନୁଯାୟୀ ,ଭାରତରେ ପହଞ୍ଚିଲା ପରେ ସେ ଯେଉଁ କାର୍‌ରେ ଯାତାୟାତ କରିବେ ତାହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାଡିଲାକ (ବିଳାସପୂର୍ଣ୍ଣ କାର୍) ‘ଦି ବିଷ୍ଟ’, ଯାହା ବୋଇଂ ସି-୧୭ ଗ୍ଲୋବ୍‌ମାଷ୍ଟର-୩ ବିମାନ ଯୋଗେ ଆମେରିକାରୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।

Related posts

 ଆସନ୍ତାବର୍ଷ ଲଞ୍ଚ ହେବ ଶୁକ୍ରଯାନ  

mahabharatanews

ଭାରତକୁ ନେଇ ଆମେରିକାର ମନ୍ତବ୍ୟ

mahabharatanews

ଆସନ୍ତା ୪ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ

mahabharatanews