ବିଶ୍ୱ

ଭାରତ ପରେ ଚନ୍ଦ୍ରରେ ପାଦ ଥାପିବ ଜାପାନ 

(ଦିଲ୍ଲୀ) : ଗୁରୁବାର  ମହାକାଶଯାନ ‘ସ୍ଲିମ୍‌’କୁ  ଜାପାନ ପଠାଇଛି । ସ୍ବଦେଶୀ ଏଚ୍ଆ ଇଆଇଏ ରକେଟ୍‌ରୁ ଉତ୍‌କ୍ଷେପିତ ଏହି ଯାନ ୨୦୨୪ ଫେବ୍ରୁଆରି ମାସରେ ଚନ୍ଦ୍ରରେ ପଦାର୍ପଣ କରିବା ଆଶା କରିଛି ଜାପାନ । ଯଦି ତାହା ଯଦି ସଫଳ ହୁଏ, ତେବେ ଚନ୍ଦ୍ରରେ ଅବତରଣ କରିବାରେ ଜାପାନ ହେବ ଭାରତ ପରେ ପଞ୍ଚମ ରାଷ୍ଟ୍ର ।

ସୂଚନାନୁଯାୟୀ , ଜାପାନ ମହାକାଶ ସଂସ୍ଥା କହିଛି ଯେ, ଯୋଜନା ଅନୁଯାୟୀ ତାନେଗାସିମା ମହାକାଶ କେନ୍ଦ୍ରରୁ ଏହା ସ୍ମାର୍ଟ ଲ୍ୟାଣ୍ଡର ଫର୍ ଇନ୍‌ଭେ‌ଷ୍ଟିଗେଟିଂ ମୁନ୍ (ସ୍ଲିମ୍)କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି। ଖରାପ ପାଣିପାଗ ଯୋଗୁ ଗତମାସରେ ସପ୍ତାହକ ଭିତରେ ତିନିଥର ଏହି ଉତ୍‌କ୍ଷେପଣ ଯୋଜନାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ‘ମୁନ୍ ସ୍ନିପର’ ବୋଲି କୁହାଯାଉଥିବା ଏହି ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଲକ୍ଷ୍ୟସ୍ଥଳର ୧୦୦ ମିଟର ଭିତରେ ଅବତରଣ କରିବ। ୧୦୦ ନିୟୁତ ଡଲାରର ଏହି ମିସନ ଆସନ୍ତାବର୍ଷ ଫେବ୍ରୁଆରି ସୁଦ୍ଧା ଚନ୍ଦ୍ରରେ ଅବତରଣକରିବା ଆଶା କରାଯାଉଛି।

Related posts

ଆର୍ଥିକ ସଂକଟରେ ଶ୍ରୀଲଙ୍କା

mahabharatanews

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews

ଆମେରିକାର ଗୁଳିକାଣ୍ଡରେ ୨୨ ମୃତ ,୬୦ ଆହତ  

mahabharatanews