ଓଡିଶାଶିକ୍ଷା

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳତା, ନବସୃଜନ ଏବଂ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ କରାଯାଇଛି। ପ୍ରଥମ ରୁ ୫ମ ଶ୍ରେଣୀ ର ୪ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ମେଳାରେ ଶିକ୍ଷକ ଙ୍କ ମାର୍ଗଦର୍ଶନ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାର TLM ପ୍ରସ୍ତୁତ କରିଥିଲେ।  ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷ ପଙ୍କଜ ଭାର୍ଷ୍ଣେୟ ଉଦଘାଟିତ କରିବା ସହ ଷ୍ଟଲ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କ ଏଭଳି ପ୍ରୟାସ କୁ ଭୂୟସୀ କରିଥିଲେ। ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ ହୋଇଥିବା ବେଳେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ TLM ମେଳା ରେ ନିଜର ପ୍ରତିଭାକୁ ପ୍ରଦର୍ଶୀତ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଷ୍ଟଲ ପରିଦର୍ଶନ କରିବା ସହିତ ଶିକ୍ଷା-ସମୃଦ୍ଧ ପରିବେଶରେ ସେମାନଙ୍କ ର ଆନନ୍ଦ ପ୍ରକାଶ କରିବାରୁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇଥିଲେ। ବିଦ୍ୟାଳୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ଲକ୍ଷ ଶିକ୍ଷାର୍ଥୀ ମାନଙ୍କ ସାମଗ୍ରିକ ବିକାଶ ପ୍ରତି ବିଦ୍ୟାଳୟ ର ପ୍ରତିବଦ୍ଧତା କୁ ସୁଦୃଢ଼ କରିବ ବୋଲି ବିଦ୍ୟାଳୟ ତରଫରୁ ଏପରି ଆୟୋଜନ କରାଯାଇଛି ।

Related posts

ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ମହିନ୍ଦ୍ରା ପିକପ ସହ ଗଞ୍ଜେଇ ଗିରଫ କଲା ପୋଲିସ

mahabharatanews

ବମିଖାଲ ପୂଜାମଣ୍ଡପରେ ୧୫ ମିନିଟରେ ଚୋରି ହେଲା ୪ଟି ଚେନ

mahabharatanews