ଓଡିଶା

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

ଭୁବନେଶ୍ୱର: ଗୋଟିଏ ପଟେ ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କିନ୍ତୁ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିôବା ପ୍ରବାସୀ ତଥା ଶ୍ରମିକ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଥିôବା କୋଠା ନିର୍ମାଣରେ ନିୟୋଜିତ ବାହାର ରାଜ୍ୟର ଶ୍ରମିକ ଏବେ ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ତେଣୁ ରାଜଧାନୀ ଭୁବନେଶ୍ୱର ଏକ ଆପାର୍ଟମେଣ୍ଟକୁ ପୁଲିସ ସିଲ୍ କରିଛି। ତେବେ ସେହି ଆପାର୍ଟମେଣ୍ଟରୁ କାହାରିକୁ ସଂକ୍ରମଣ ହୋଇନାହିଁ ।
ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ପ୍ରଶାସନର ଅଗୋଚରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି କାମ କରୁଥିଲେ । ଏମାନେ ଏହି ଆପାର୍ଟମେଣ୍ଟରେ କାମ କରିବା ସହ ସେଠାରେ ରହୁଛନ୍ତି । କାମ ସରିବା ପରେ ସ୍ଥାନୀୟ ଅଞ୍ଚଳରେ, ଦୋକାନ ବଜାରରେ ବୁଲାବୁଲି କରୁଛନ୍ତି । ଏହା ଜଣାପଡିବା ପରେ ପ୍ରଶାସନ ଉକ୍ତ ଆପାର୍ଟମେଣ୍ଟଟିକୁ ସିଲ କରି ଦେଇଛି । କାରଣ ପଶ୍ଚିମ ବଙ୍ଗରେ କରୋନା ସଂକ୍ରମଣ ଭୟଙ୍କର ହୋଇଛି । ପ୍ରଶାସନ ଆପାର୍ଟମେଣ୍ଟକୁ ସିଲ କରିବା ସହ କାର୍ଯ୍ୟରତ ଶ୍ରମିକମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ନିର୍ଦେଶ ଦେଇଛି । ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡ଼ିଦିଆଯିବ । ସେପଟେ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

Related posts

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews

ଗାଁ ମୁହଁରେ ବ୍ୟାରିକେଡ ଲଗାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

mahabharatanews

ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

mahabharatanews