ପାରଳାଖେମୁଣ୍ଡି, ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ପତ୍ରିକା ପକ୍ଷରୁ ଏକ ସାରସ୍ଵତ ସମାବେଶ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ଅଧ୍ଯକ୍ଷତା କରିଥିବାବେଳେ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର (ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ), ପ୍ରଫେସର ଡଃ ବିଜୟାନନ୍ଦ ସିଂ, ( ସଭାପତି, କଳା ବିକାଶ କେନ୍ଦ୍ର,କଟକ) ପ୍ରଫେସର ଡଃ ରଞ୍ଜିତ କୁମାର ପରିଡା ଓ ଅନୁଷ୍ଠାନର ସଭାପତି ଶ୍ରୀମତି ଅନ୍ନପୂର୍ଣା ଦେବୀ ପ୍ରମୁଖ ମଞ୍ଚା ସିନ ଥିଲେ।ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।
ଏହି ସାରସ୍ଵତ ସମାବେଶରେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ରଚିତ ‘ ପାରଳାର ପାରିଲା ପିଲା‘ ଓ ଖୋର୍ଦ୍ଧା ଜିଲ୍ଲାର ରାଜମିସ୍ତ୍ରୀ ଶଙ୍କର ସାହୁଙ୍କ ଦ୍ବାରା ରଚିତ ‘ଅନ୍ୟ ଏକ ପାଇକ ବିଦ୍ରୋହ ‘ ପୁସ୍ତକ ଦ୍ବୟ ଲୋକାର୍ପିତ ହୋଇଥିଲା । ଏହି ପୁସ୍ତକ ଦ୍ଵୟକୁ ବିନୋଦିନୀ ବିଜ୍ଞାନ କଲେଜର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ସମୀକ୍ଷା କରିବା ସହ ପାରଳାଖେମୁଣ୍ଡିର ଶ୍ରେଷ୍ଠ ବ୍ୟକ୍ତିତ୍ୱ ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି ଉପସ୍ଥାପନ କରିଥିଲେ।ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର, ଶିକ୍ଷାବିତ ଆଶାଲତା ପାଣିଗ୍ରାହୀ, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସୁଶ୍ରୀ ଅଞ୍ଜନା ପଟ୍ଟନାୟକ, ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ବିଷ୍ଣୁ ଚରଣ ପଣ୍ଡା, ରାଜେଶ୍ୱରୀ ସ୍ୱାଇଁ,ମୂରଲୀଧର ପରିଚ୍ଛା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ବି.କୋମଳାଙ୍ଗୀ ପରିବେଷଣ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଆଶା ଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
