ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବସଷ୍ଟାଣ୍ଡ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଗାଡିକୁ ଧକ୍କା ଦେଇଛି ଏକ ବରଯାତ୍ରୀ ଗାଡି । ବରଯାତ୍ରୀ ଗାଡି ଭଦ୍ରକରୁ ଫେରିବା ସମୟରେ ବସଷ୍ଟାଣ୍ଡ ନିକଟରେ ଡାକ୍ତର ଶର୍ମାଙ୍କ ଗାଡିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଗାଡ଼ିରେ ଜିଲ୍ଲା ସଭାପତି ନଥିବା ବେଳେ ଗାଡି ଚାଳକ ଆହତ ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଜିଲ୍ଲା ସଭାପତି ଡାକ୍ତର ଶର୍ମା ପହଞ୍ଚିବା ସହ ଆଳି ପୋଲିସ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।
previous post
