Uncategorized

ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ

ବସ୍ତା : ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ, ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଘେରରେ । ଏ ଭଳି ଅଭାବନୀୟ ଘଟଣା ଘଟିଛି ବସ୍ତା ଥାନା ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗ୍ରାମରେ । ଗ୍ରାମର ନରହରି ନାୟକଙ୍କ ଘର ବାଡ଼ିରୁ ତାଙ୍କ ସ୍ତ୍ରୀ ମଞ୍ଜୁଲତା (୫୭)ଙ୍କ ଅର୍ଦ୍ଧ୍ଦଦଗ୍ଧ ମୃତ ଶରୀର ଠାବ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ବସ୍ତା ଆଇଆଇସି ବାରିଣୀ ଦାସ, ପ୍ରଭାକର ସାହୁ, ଅମରଦା ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର,ଏ ଏସଆଇ ବିକାଶ ସେଠି ସଦଳେ ବଳେ ପହଁଚି ପ୍ରାଥମିକ ତଦନ୍ତ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଏକ ଅପମୃତୁ ମାମଲା ରୁଜୁ କରି, ମାଜିଷ୍ଟ୍ରେଟ ତଥା ବସ୍ତା ତହସିଲଦାର କାର୍ତ୍ତିକ କୁମାର ଦାସ ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଅଧିକ ତଦନ୍ତ କରିବା ସହିତ ,ମୃତ୍ୟୁ ଶରୀର ନିକରେ ପଡିଥିବା ଲାଇଟର, ବେରେଲ ସହିତ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡ଼ିବ।

Related posts

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews

ଏପ୍ରିଲ ୧୪ରେ ସରିବ, ମେ ୧୫ରେ ଫେରିପାରେ ଲକ୍‌ ଡାଉନ୍‌!

mahabharatanews

ରିଲ ରୁ ରିଅଲ ହିରୋ ହୋଇଥିବା ସୋନୁସୁଦ ଏବେ କରୋନା ପଜେଟିଭ

mahabharatanews