ଭାରତ

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

ଆସାମ : ବର୍ତ୍ତମାନ ସମୟରେ ଆସାମରେ ବନ୍ୟା ସ୍ଥିତି ଖୁବ ଗମ୍ଭୀର ରୂପ ନେବାରେ ଲାଗିଛି । ପ୍ରାୟ ୨୧ ଲକ୍ଷ ଲୋକ ବନ୍ୟା ସ୍ଥିତିର ଶିକାର ହୋଇଛନ୍ତି | ଏହି କାରଣରୁ ଦେଶର ଅନ୍ୟାନ ରାଜ୍ୟ ମାନଙ୍କରୁ ଆସାମକୁ ସହାୟତାର ହାତ ବଢ଼ିବାରେ ଲାଗିଛି । ଏହା ଭିତରେ ଅନେକ ସହାୟତା ରାଶି ବି ମିଳିସାରିଲାଣି । ଏମିତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସିଏମ ରିଲିଫ ଫଣ୍ଡ ପାଇଁ ବଲିଉଡର ମିସ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାଁ ମଧ୍ୟ କିଛି ସାହାଯ୍ୟ କରିଛନ୍ତି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ସେ ଲେଖିଛନ୍ତିକି ବଲିଉଡ ଅଭିନେତା ଅମୀର ଖାଁ ସିଏମ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତାଙ୍କର ଏହି ଚିନ୍ତା ତଥା ଉଦାରତାକୁ ମୁଁ ହାର୍ଦ୍ଦିକ କୃତ୍ୟଜ୍ଞତା ଜଣାଉଛି ।ସୂଚନାନୁସାର , ଆସାମ ବନ୍ୟାରେ ପ୍ରାୟ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି | ଏଭିତରେ ୧୨୬ ଜଣଙ୍କ ଜୀବନ ଯାଇସାରିଲାଣି । ରାଜ୍ୟର ୨୫ଟି ଜିଲ୍ଲାରେ ବନ୍ୟା ପ୍ରକୋପ ଜାରି ରହିଛି । ଏହି କାରଣରୁ ୭୯ ଟି ସଡକ ଓ ପାଞ୍ଚଟି ପୋଲରେ ଗମ୍ଭୀର କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାରେ ଲାଗିଛନ୍ତି ଆଉ ଅଧିକାରୀ ମାନଙ୍କୁ ଦିଶା ନିର୍ଦ୍ଦେଶ ଦେଉଛନ୍ତି । ଏହି ଭୟଙ୍କର ବନ୍ୟାରେ ଯେ କେବଳ ମଣିଷ ମାନଙ୍କର ଜୀବନ ଯାଉଛି ତାହା ନୁହେଁ ଅସଂଖ୍ୟ ଜୀବଜନ୍ତୁ ମାନେ ବି ଜୀବନ ହାରିଛନ୍ତି । ଶହ ଶହ ଏକର ଫସଲ ନଷ୍ଟ ହୋଇଛି ।

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

କଙ୍ଗନାଙ୍କୁ ଚ୍ୟାଲେଞ୍ଜ ଦେଲେ ରାକ୍ଷୀ 

mahabharatanews

ଲୋକପ୍ରିୟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

mahabharatanews