ଭାରତ

କେଜ୍ରିୱାଲଙ୍କ ପାଇଁ ‘ଏପ୍ରିଲ ୭’ରେ ଉପବାସ 

(ଦିଲ୍ଲୀ) : କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଏକ ବଡ ଘୋଷଣା କରୁଛି । ଏପ୍ରିଲ ୭ରେ ସାରା ଦେଶରେ ଆପ ଆଦୀମ ପାର୍ଟି ଉପବାସ ପାଳନ କରିବ ବୋଲି ଘୋଷଣା କରିଛି । ଆପ ନେତା ଗୋପାଳ ରାୟ କହିଛନ୍ତି, ‘ଏପ୍ରିଲ ୭ରେ ସାରା ଦେଶରେ ଉପବାସ ହେବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି ।

ସୂଚନାନୁଯାୟୀ , କୋର୍ଟ ତାଙ୍କୁ ୧୫ଦିନ ପାଇଁ ନ୍ୟାୟିକ ହେପାଜତରେ ତିହାର ଜେଲକୁ ପଠାଇଛନ୍ତି। ମଦ ଦୁର୍ନୀତି ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଏପ୍ରିଲ ୭ରେ ସମସ୍ତ ଏଏପି ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳର ନେତା ଜନ୍ତର ମନ୍ତ୍ରରେ ଏକ ‘ସାମୂହିକ ଉପବାସ’ ପାଳନ କରିବେ। ଆମେ ମଧ୍ୟ ଲୋକଙ୍କୁ ନିବେଦନ କରୁଛୁ ଯେ ଯେଉଁମାନେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଛନ୍ତି ଏବଂ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଏବଂ ଏହି ଦେଶକୁ ଭଲ ପାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ନିଜ ଘର, ଗ୍ରାମ, ବ୍ଲକରେ ଉପବାସ ପାଳନ କରିପାରିବେ।

Related posts

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଉଠାଇ ନେଲା ଇଡି

mahabharatanews

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

mahabharatanews

ଶତ୍ରୁଘ୍ନ କରିଥିଲେ  ଶିବଲିଙ୍ଗକୁ ସ୍ଥାପନା ; ଜାଣନ୍ତୁ ଏହି ମନ୍ଦିର ବିଷୟରେ…..

mahabharatanews