ଓଡିଶା

ଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା !

ଭୁବନେଶ୍ୱର: ରାଜ୍ୟରେ ଏବେ ଗରମ ସହ ତାତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ମିଳିଛି । ସେହି ୫ ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକା ବର୍ଷା ହୋଇଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ ।

ଅନ୍ୟପଟେ ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ବଲାଙ୍ଗୀର ଓ ବୌଦ୍ଧଠାରେ ସର୍ବାଧିକ ୪୧.୫ଡିଗ୍ରି ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡ଼ାଠାରେ ୪୧.୪ ଡିଗ୍ରି, ବାରିପଦା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି, ସୋନପୁରଠାରେ ୪୦.୮ ଡିଗ୍ରି, ଅନୁଗୁଳରେ ୪୦.୭ ଡିଗ୍ରି, ତାଳଚେରଠାରେ ୪୦.୪ ଡିଗ୍ରି ଓ ସମ୍ବଲପୁରଠାରେ ୪୦.୨ ଡିଗ୍ରି, ସୁନ୍ଦରଗଡ଼, ହୀରାକୁଦ, ଭବାନୀପାଟଣା ଓ ମାଲକାନଗିରି ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାଖାପାଖି ରହିଛି ।

Related posts

ଅତୀତ ଅନୁଶୀଳନ: କ୍ଷମତାକେନ୍ଦ୍ରଙ୍କ ଅନ୍ତ ଦୟନୀୟ

mahabharatanews

ଗୁୁରୁମନ୍ତ୍ର ଦେଲେ ନବୀନ , ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କାମ କରିବାକୁ ପରାମର୍ଶ

mahabharatanews

ମାଓ ହିଂସା :ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା

mahabharatanews