ଭାରତମନୋରଞ୍ଜନ

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

ନୂଆଦିଲ୍ଲୀ : କ୍ୟାନସର । ଏ ଏମିତି ଏକ ରୋଗ ଯାହା ଏବେ ସାଧାରଣ ରୋଗ ପାଲଟି ଗଲାଣି । କ୍ୟାନସର ଦେଖେନି ଧନୀ କି ଗରିବ ନା ଗୋରା କି କଳା । କାରଣ ଏହା କେତେବେଳେ କାହା ଉପରେ ବିପଦ ହେଇ ପଡୁଛି ତାହା କାହାକୁ ବି ଜଣାନାହିଁ । ଏଇ ଯେମିତି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ । ଯାହାଙ୍କ ଅନ୍ଦାଜରେ ଫ୍ୟାନ୍ସ କେବେଥିଲେ ମତୁଆଲା । ହେଲେ ଏବେ ସେ ରୋଗ ଶଯ୍ୟାରେ ଅଛନ୍ତି । ମହିମା ଏବେ କ୍ୟାନସରରେ ପୀଡ଼ିତ । ଯାହାକୁ ଶୁଣି କେହି ବି ବିଶ୍ୱାସ କରିପାରୁ ନାହାନ୍ତି । ବଲିଉଡ ଜଗତର ବର୍ଷିୟାନ ଅଭିନେତା ଅନୁପମ ଖେର ଏହାକୁ ନେଇ ଘୋଷଣା କରିଛନ୍ତି । ଅନୁପମ କହିଛନ୍ତି କି ଅଭିନେତ୍ରୀ ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ । ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓଟିରେ ଅନୁପମ ଖେରଙ୍କ ସହିତ ମହିମା ଚୌଧୁରୀ ନଜର ଆସିଛନ୍ତି । ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, ବର୍ତ୍ତମାନ ସମୟରେ ମହିମା ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ଏହା ସହ ଅନୁପମ, ମହିମାଙ୍କୁ ହିରୋ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି । ମହିମା ନିଜ ଫ୍ୟାନ୍ସ ମାନଙ୍କ ନିକଟରେ ଏହି ଖବର ପହଞ୍ଚାଇବାକୁ ଚାହୁଁଥିବାରୁ ଅନୁପମ ଏହି ପୋଷ୍ଟ କରିଥିବା କହିଛନ୍ତି । କ୍ଲିପଟିକୁ ପୋଷ୍ଟ କରି ଅନୁପମ ଲେଖିଛନ୍ତି କି ମହିମାଙ୍କ ସାହସ, ଧର୍ୟ୍ୟ ଓ କ୍ୟାନ୍ସରର କାହାଣୀ । ମାସକ ତଳେ ସେ ମହିମାଙ୍କ ନିକଟକୁ ୟୁଏସରୁ ଫୋନ କରିଥିଲେ । ତାଙ୍କ ୫୨୫ତମ ଫିଲ୍ମ #The Signatureରେ ମହିମା ଅଭିନୟ କରନ୍ତୁ ବୋଲି ଅନୁପମ ଚାହୁଁଥିଲେ । ଏହି ସମୟରେ କଥାବାର୍ତ୍ତାରୁ ସେ ଜାଣିବାକୁ ପାଇଥିଲେ କି ମହିମା ଏବେ ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ମହିମାଙ୍କ ଧର୍ୟ୍ୟ ଓ ସାହସ ବିଶ୍ୱରେ ଲକ୍ଷ ଲକ୍ଷ ମହିଳାଙ୍କୁ ସାହସ ଦେବ ବୋଲି ସେ କହିଛନ୍ତି ।

କାରଣ ସବୁବେଳେ ମହିମା ମୋତେ ଜଣେ ସୁବ୍ୟକ୍ତି ଭାବରେ ଦେଖି ଆସୁଥିଲେ । କିନ୍ତୁ ମୁଁ କହିବି, “ମହିମା ତୁମେ ମୋ ହିରୋ !” ତାଙ୍କୁ ଖୁବ ସାରା ଭଲ ପାଇବା, ଶୁଭେଚ୍ଛା, ଶୁଭକାମନା ଦିଅନ୍ତୁ ଓ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେମିତିକି ଖୁବ ଶୀଘ୍ର ସେ ତାଙ୍କ ନିଜ ସ୍ଥାନକୁ ଫେରି ଆସନ୍ତୁ। ଏହା ଦେଖିବା ପରେ ଭିଡିଓରେ ମହିମା ନିଜେ କହିଛନ୍ତି କି ସେ ହସ୍ପିଟାଲରେ ରହି ଚିକିତ୍ସିତ ହେବା ସମୟରେ ଅନୁପମ ତାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ଡାକିଥିଲେ । ଏବେ ବି ସେ ଅନେକ ୱେବ ଶୋ’ ତଥା ଫିଲ୍ମରେ ଅଭିନୟ କରିବାକୁ ଡକରା ପାଉଛନ୍ତି । କିନ୍ତୁ ତାଙ୍କ ମୁଣ୍ଡରେ ଏବେ କେଶ ନଥିବାରୁ ସେ ଏନେଇ ହଁ କରିପାରୁନାହାନ୍ତି । ତେଣୁ ଏହା ତାଙ୍କୁ ଖୁବ ବ୍ୟଥିତ କରିଥିଲା । ଆଉ ସେ ଅନୁପମଙ୍କ ଫିଲ୍ମରେ ନକଲି କେଶ ପିନ୍ଧି କରିପାରିବେ କି ନାହିଁ ବୋଲି ଏମିତିବି ପଚାରିଥିଲେ । ସେ ଏହା ମଧ୍ୟ କହିଥିଲେ କି ତାଙ୍କର କୌଣସି ପ୍ରକାର ଚିହ୍ନ କିମ୍ବା ଲକ୍ଷଣ ନଥିଲା । ହେଲେ ପରେ ସେ କ୍ୟାନ୍ସର ପୀଡିତ ବୋଲି ଚିହ୍ନଟ ହୋଇଥିଲେ ।”

Related posts

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

 ଓଟିଟି ପ୍ଲାଟଫର୍ମରେ ‘ପୁଷ୍ପା-୨’

mahabharatanews

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

Leave a Comment